ବିଳମ୍ବିତ ରାତିରେ ହାଇଦ୍ରାବାଦରେ ଭୁଷୁଡିଲା ନିର୍ମାଣାଧୀନ କୋଠା : ଜଣେ ମୃତ ,ଅନେକ ଆହତ

33

କନକ ବ୍ୟୁରୋ : ହାଇଦ୍ରାବାଦର ନାନାକରମଗୁଡାରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ଏକ ସାତ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଷୁଡିପଡିଛି । ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ , ଅନ୍ୟମାନେ ସେଠାରେ ଫସି ରହିଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କୋଠାରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ୧୦ ଜଣ ଶ୍ରମିକ ସେଠାରେ ନିୟୋଜିତ ଥିଲେ ।

ରାତି ୧୦ଟାରେ ଏହି କୋଠାଟି ଭୁଷୁଡି ପଡିଥିବାବେଳେ ହାଇଦ୍ରାବାଦ ମ୍ୟୁନିସିପାଲଟି କର୍ପୋରେସନ, ଅଗ୍ନିଶମ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ୬୦ ଜଣିଆ ଟିମ୍ ବି ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି ।