ମୁମ୍ବାଇରେ ଭୁଷୁଡିଲା ତିନି ମହଲା କୋଠା ! ୩ ମୃତ, ଭଙ୍ଗା କୋଠାତଳେ ଚାପି ହୋଇ ରହିଛନ୍ତି ୩୦ରୁ ଅଧିକ ଲୋକ

31

କନକ ବ୍ୟୁରୋ : ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ୩ ମହଲା କୋଠା ଭୁଷୁଡି ପଡିଛି । ଗୁରୁବାର ସକାଳ ୮.୩୦ ସମୟରେ ଡୋଙ୍ଗରୀର ଜେଜେ ଫ୍ଲାଏଓଭର ନିକଟରେ ଥିବା ଏକ ୩ମହଲା କୋଠା ଭୁଷୁଡି ପଡିଛି । ଭଙ୍ଗା କୋଠା ତଳେ ଅନେକ ଲୋକ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ମଧ୍ୟ ଆହରି ଅନେକ ଲୋକ ଏହି ଭଙ୍ଗା କୋଠା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଏହି ୩ମହଲା କୋଠାରେ ପ୍ରାୟ ୯ଟି ପରିବାର ରହୁଥିଲେ।

ଦୁର୍ଘଟଣାସ୍ଥଳରେ ଏନଡିଆରଏଫ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ଭଙ୍ଗା କୋଠା ତଳୁ ପ୍ରାୟ ୮ ଜଣଙ୍କୁ ଉଦ୍ଧାର କରିଛି ଏନଡିଆରଏଫ୍ ଟିମ୍ । ଭେଣ୍ଡି ବଜାରସ୍ଥିତ ପାକମୋଦିଆ ଷ୍ଟ୍ରିଟରେ ଅବସ୍ଥିତ ଏହି ଆବାସିକ କୋଠାର ନବିକରଣ ଚାଲିଥିଲା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଏହି ବିଲଡିଂର ପ୍ରଥମ ମହଲାରେ ନର୍ସରି ସ୍କୁଲ ଥିବାବେଳେ ଏଠାରେ ପଢୁଥିବା ଛାତ୍ରଛାତ୍ରୀ ଅଳ୍ପକେ ବର୍ତିଯାଇଛନ୍ତି । ୯ଟା ୩୦ରେ ସ୍କୁଲ ଆରମ୍ଭ ହେଉଥିବା ବେଳେ ୮ଟା ୪୦ରେ କୋଠା ଭୁଷୁଡି ପଡିଥିବା ଯୋଗୁଁ ଛାତ୍ରଛାତ୍ରୀ ସ୍କୁଲକୁ ଆସିନଥିବାରୁ ଅଳ୍ପକେ ବର୍ତି ଯାଇଛନ୍ତି । ଏହି ୫ମହଲା ବିଶିଷ୍ଟ କୋଠାଟି ପ୍ର।ୟ ୧୧୭ ବର୍ଷ ପୁରୁଣା ବୋଲି ଜଣାପଡିଛି ।ଗତ ତିନି ଦିନ ଧରି ମୁମ୍ବାଇରେ ଲଗାତାର ବର୍ଷା ଯୋଗୁଁ ସହର ସାରା ପାଣି ଜମି ଯାଇଥିଲା ।