ରେଶମ ସହର ବ୍ରହ୍ମପୁରରେ ଆରମ୍ଭ ହେଲା ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ଡାକରା ପାଇ ବାପ ଘରେ ପହଞ୍ଚିଲେ ମା’ ବୁଢୀ ଠାକୁରାଣୀ

ବ୍ରହ୍ମପୁରରେ ଆରମ୍ଭ ହେଲା ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା

112

କନକ ବ୍ୟୁରୋ :ବ୍ରହ୍ମପୁରରେ ଆରମ୍ଭ ହେଲା ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ମଧ୍ୟରାତ୍ରରେ ମାଆଙ୍କ ଆଜ୍ଞାମାଳ ଆସି ପହଁଚିଛି । ଠାକୁରାଣୀଙ୍କ ବାପା ଦେଶୀ ବେହେରା ମନ୍ଦିରକୁ ଯାଇ ଆଜ୍ଞାମାଳ ଦେଇ ଡାକରା କରିଥିଲେ  । ପରେ ମାଆ ଆସି ପହଁଚିଛନ୍ତି ବ୍ରହ୍ମପୁର ବଡବଜାର ସ୍ଥିତ ବାପାଙ୍କ ଘରେ । ବର୍ତମାନ ଅସ୍ଥାୟୀ ପୀଠରେ ପୂଜା ଆରମ୍ଭ ହୋଇଛି ।

କାଲିଠାରୁ ମାଆଙ୍କ ଘଟ ପୂଜା ପାଇବେ । ୩୧ ଦିନ ପୂଜା ପାଇବେ ମାଆ ବୁଢି ଠାକୁରାଣୀ । ପ୍ରସିଦ୍ଧ ବୁଢୀ ଠାକୁରାଣୀ ପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି ରେଶମ ସହର ବ୍ରହ୍ମପୁର । ତେବେ ଏହି ନିଆରା ଯାତ୍ରା ଦେଖିବା ପାଇଁ ବ୍ରହ୍ମପୁରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।