ମିଳିଲା ବୁଦ୍ଧିଆ ସିଂହର ସନ୍ଧାନ : ତାମିଲନାଡ଼ୁର କୋଡାଇକେନାଲରେ ଅଛନ୍ତି ବୁଦ୍ଧିଆ ଓ ମା

46

କନକ ବ୍ୟୁରୋ : ଅଭିଯୋଗ ପରେ ବୁଦ୍ଧିଆଙ୍କ ସନ୍ଧାନ ପାଇଲା କମିଶନରେଟ୍ ପୁଲିସ୍ । ତାମିଲନାଡ଼ୁର କୋଡାଇକେନାଲରେ ଅଛନ୍ତି ବୁଦ୍ଧିଆ ଏବଂ ତାଙ୍କ ମା। କୋଡ଼ାଇକେନାଲର ହୋଟେଲ ପ୍ଲିଜେଂଟ ଷ୍ଟେ ଲା ଫ୍ଲୋରା ଠାରେ ଥିବା ପୁଲିସ୍ ସୂଚନା ଦେଇଛି । ବୁଲିବା ଉଦ୍ଦେଶ୍ୟରେ ସେମାନେ ତାମିଲନାଡ଼ୁ ଯାଇଥିବା ପୁଲିସ କମିଶନର ୱା.ବି ଖୁରାନିଆ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି । କୋଡାଇକେନାଲରୁ ସେମାନେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ । ଆସନ୍ତା ୨୪ କିମ୍ବା ୨୫ରେ ଭୁବନେଶ୍ୱର ଫରିବେ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି । ଏପଟେ ଦୁଇ ପ୍ରଯୋଜନା ସଂସ୍ଥାର ବ୍ୟବସାୟିକ ଲଢେଇରେ ବୁଦ୍ଧିଆ ଅସ୍ତ୍ର ସାଜିଥିବା ନେଇ ବେଶ ଚର୍ଚ୍ଚା ହେଉଛି ।