ଭୋଟ୍ ସାଉଣ୍ଟି ପାରିବ କି ବଜେଟ୍ ? ପୀୟୁଷ ଗୋଏଲଙ୍କ ଘୋଷଣାରେ ଦେଖାଗଲା ନିର୍ବାଚନୀ ରଙ୍ଗ

373

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ମୋଦି ସରକାର ବଜେଟ ଜରିଆରେ କୃଷକ, ଶ୍ରମିକ, ମଧ୍ୟବିତ୍ତ ପରିବାର ଓ ଗ୍ରାମୀଣ ଲୋକଙ୍କ ଆକର୍ଷିତ କରିବା ପାଇଁ ବଡ଼ ଘୋଷଣାମାନ କରିଛନ୍ତି । କୃଷକଙ୍କ ଅସନ୍ତୁଷ୍ଟି ଦୂର କରିବା ପାଇଁ ୬ ହଜାର ଟଙ୍କା ପ୍ରତି ମାସରେ ଦେବାପାଇଁ ଘୋଷଣା କରିଛନ୍ତି । ଅନ୍ୟପଟେ ଶ୍ରମିକଙ୍କୁ ୩୦୦୦ ଟଙ୍କାର ପେନସନ୍ ଦେବାପାଇଁ ଘୋଷଣା କରିଛନ୍ତି । ଆୟକର ରିହାତି ସୀମା ମଧ୍ୟ ବଢ଼ାଇ ଦେଇଛନ୍ତି । ମୋଦି ସରକାରଙ୍କ ଶେଷ ବଜେଟରେ ସରକାର ଲୋକସଭା ନିର୍ବାଚନ ୨୦୧୯ ପାଇଁ ଏଜେଣ୍ଡା ସେଟ୍ କରିବା ପାଇଁ ସମସ୍ତ ଚେଷ୍ଟା କରିଛନ୍ତି ।

ମଧ୍ୟବିତ୍ତ ପରିବାରକୁ ଆକର୍ଷିତ କରିବା ପାଇଁ . .

ଆୟକର ରିହାତି ସୀମା ୨.୫ ଲକ୍ଷରୁ ବଢାଇ ୫ ଲକ୍ଷ ଟଙ୍କା କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ । ଅର୍ଥାତ୍ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୈାଣସି ଟିକସ ଦେବାକୁ ପଡିବ ନାହିଁ । ପୂର୍ବରୁ ଅଢେଇ ଲକ୍ଷ ଟଙ୍କା ଆୟ ଉପରେ ୦% ଟିକସ ଦେବାକୁ ପଡୁଥିଲା । ପୂର୍ବରୁ ବଜେଟରେ ଆୟକର ରିହାତି ନେଇ ମଧ୍ୟ ପୂର୍ବାନୁମାନ କରାଯାଉଥିଲା । ସେହିଭଳି ସାଢେ ୬ ଲକ୍ଷ ଟଙ୍କାର ନିବେଶ ଉପରେ ମଧ୍ୟ କୈାଣସି ଟିକସ ଦେବାକୁ ପଡିବ ନାହିଁ ବୋଲି ମଧ୍ୟ ପୀୟୁଷ ଗୋୟଲ ଘୋଷଣା କରିଛନ୍ତି ।

କୃଷକଙ୍କ ପାଇଁ ବଜେଟରେ ବଡ଼ ଘୋଷଣା . . .

ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ପ୍ରଥମେ ଦେଶର କୃଷକମାନଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ୟମ କରିଛନ୍ତି । ଯେଉଁ କୃଷକଙ୍କ ୨ ହେକ୍ଟର ଜମି ଥିବ ସେମାନଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳିବ । ତାହା ସମ୍ପୃକ୍ତ କୃଷକଙ୍କ ଜମାଖାତାରେ ସିଧାସଳଖ ଜମା ହେବ ବୋଲି ଆଜି ବଜେଟ୍‌ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୩ଟି କିସ୍ତିରେ ଏହି ଟଙ୍କା ଯୋଗାଇ ଦିଆଯିବ। । ପିଛିଲା ଭାବେ ଏହି ବ୍ୟବସ୍ଥା ୨୦୧୮ ଡିସେମ୍ବର ୧ ତାରିଖରୁ ଲାଗୁ ହେ ବ। ଏଥିରେ ମୋଟ୍‌ ୧୨ କୋଟି କୃଷକ ଉପକୃତ ହେବେ ।

ପଶୁପାଳନ ପାଇଁ ପ୍ରୋତ୍ସାହନ . .

ଗାଇଙ୍କ ପାଇଁ ସରକାର କାମଧେନୁ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ପଶୁପାଳନ ପାଇଁ ମଧ୍ୟ ଚାଷୀ କ୍ରେଡିଟ୍ କାର୍ଡ ଉପଲବ୍ଧ ରହିବ । ପଶୁପାଳନ ଏବଂ ମାଛଚାଷ ପାଇଁ ୨ ପ୍ରତିଶତ ସୁଧ ମଧ୍ୟ ମିଳିବ । କାମଧେନୁ ଯୋଜନାରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୨ ପର୍ଯ୍ୟନ୍ତ ମୋଦି ସରକାର ନୂଆ ଇଣ୍ଡିଆର ଲକ୍ଷ ରଖିଛନ୍ତି ବୋଲି କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି ।

ଶ୍ରମିକଙ୍କୁ ଏକାଠି କରିବା ପାଇଁ ପ୍ରୟାସ . .

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ’ ନାମକ ବିଶାଳ ପେନ୍‌ସନ୍‌ ଯୋଜନା ଦ୍ୱାରା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନ୍‌ସନ୍‌ ସୁନିଶ୍ଚିତ ମିଳିବ। ଏଥିପାଇଁ ସେମାନଙ୍କୁ ମାସିକ ୧୦୦ ଟଙ୍କା ଦେବାକୁ ପଡ଼ିବ। ଅସଂଗଠିତ କ୍ଷେତ୍ର ଲାଗି ପାଞ୍ଚ ବର୍ଷ ମଧ୍ୟରେ ଏହା ହେଉଛି ବିଶ୍ୱରେ ସର୍ବବୃହତ୍‌ ପେନ୍‌ସନ୍‌ ଯୋଜନା । ଏହି କ୍ଷେତ୍ରରେ ୧୦ କୋଟି ଶ୍ରମିକ ଉପକୃତ ହେଉଛନ୍ତି ।

ମନରେଗା ବଜେଟ୍ . .

୫ବର୍ଷରେ ୧କୋଟି ୫୩ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗଇଛୁ  ।୨୦୧୪ପୂର୍ବରୁ ଅଢେଇ ଲକ୍ଷ ଘର୍କୁ ବିଜୁଳି ପହଂଚିନଥିଲା । ସୌଭାଗ୍ୟ ଯୋଜନାରେ ଆମେ ସବୁ ଘରକୁ ବିଜୁଳି ପହଂଚାଉଛୁ। ୧୪୩ କୋଟି ଏଲଇଡି ବଲ୍ୱ ଗରୀବଂକ ଘରେ ପହଂଚାଇଛୁ।

ଡିଜିଟାଲ ଗାଁ . . .

ସଂସଦରେ ବଜେଟ୍ ଉପସ୍ଥାପନା କରିବା ସହିତ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗାଏଲ କହିଛନ୍ତି କିି, ଭାରତ ଷ୍ଟାର୍ଟଅପର ଦ୍ୱିତୀୟ ସବୁଠାରୁ ବଡ ହବ୍ ପାଲଟିଯାଇଛି । ସରକାରଙ୍କ ତରଫରୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଟେକ୍ନୋଲୋଜି ଉପରେ ପ୍ରୋଗ୍ରାମ ପ୍ରସ୍ତୁତ କରାଯାଇଛି । ଏବଂ ନ୍ୟାସନାଲ ସେଂଟର୍ସ ମଧ୍ୟ ନିର୍ମାଣ କରାଯାଇଛି । ଏଥିସହିତ ହିଁ ସେଂଟର ଅଫ ଏକ୍ସଲେନ୍ସ ବି ପ୍ରସ୍ତୁତ କରାଯାଇଛି । ନ୍ୟାସନାଲ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପୋର୍ଟାଲ ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ । ମୋବାଇଲ ଡାଟା ବ୍ୟବହାର କରିବାରେ ଭାରତ ୧ ନମ୍ବର ଦେଶ ରହିଛି । ମାସିକ ଡାଟା କନଜପ୍ସନ ୫୦ ଗୁଣା ବୃଦ୍ଧି ପାଇଛି । ବିଶ୍ୱରେ ସବୁଠାରୁ ଶସ୍ତା ଡାଟା ଏବଂ କଲିଂ ରହିଛି । ମୋବାଇଲ କଂପାନୀଗୁଡିକ ଭାରତରେ ନିଯୁକ୍ତି ଦେଉଛନ୍ତି   ।  କମନ ସର୍ଭିସ ସେଂଟର ଗ୍ରାମୀଣ ଅଂଚଳମାନଙ୍କରେ ବୃଦ୍ଧି ପାଉଛି ଏବଂ ଡିଜିଟାଲ ଭିଲେଜ ପ୍ରସ୍ତୁତ ହେଉଛି ।ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଡିଜିଟାଲ ଭିଲେଜ ପ୍ରସ୍ତୁତ କରାଯିବ ।