ବଜେଟରେ ମହିଳାଙ୍କୁ ପ୍ରାଧାନ୍ୟ: ଉଜ୍ଜ୍ୱଳା ଯୋଜନାରେ ୮କୋଟି ଗ୍ୟାସ ସଂଯୋଗ ସହ ଗର୍ଭବତୀ ମାନଙ୍କ ପାଇଁ ପିଏମ ମାତୃ ବନ୍ଦନା ଯୋଜନା କରିବା ନେଇ ଘୋଷଣା

268

କନକ ବ୍ୟୁରୋ: ବର୍ଷ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ । ସବୁ ବର୍ଗଙ୍କୁ ଖୁସି କରିବାକୁ ଯଥେଷ୍ଟ ପଦକ୍ଷେପ ନେଇ ଘୋଷଣା କରାଯାଉଥିବା ବେଳେ ମହିଳାଙ୍କ ଉପରେ ବି ଯଥେଷ୍ଟ ଫୋକସ ଦିଆଯାଇଛି ।ମୋଦି ସରକାର ନିଜର ଶେଷ ବଜେଟରେ ଉଜ୍ଜ୍ୱଳା ଯୋଜନା ଅନୁସାରେ ୮ କୋଟି ଗ୍ୟାସ୍ କନେକସନ ଦେବାକୁ ଘୋଷଣା କରିଛନ୍ତି । ଏଥିସହିତ ହିଁ ଗର୍ଭବତୀ ମହିଳାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମାତୃ ଯୋଜନାର ଘୋଷଣା କରିଛନ୍ତି । ସେହିପରି ସରକାର ଶ୍ରମିକଙ୍କର ମୃତ୍ୟୁ ହେବା ଉପରେ ସାଢେ ଦୁଇ ଲକ୍ଷ ଟଙ୍କା ପରିବର୍ତ୍ତେ ଏଣିକି ୬ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ଏହାବ୍ୟତତ ଗ୍ରାହୁଜୁଟିର ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିଛନ୍ତି ।

ଏବେ ସୁଦ୍ଧା ୬ କୋଟି ଗ୍ୟାସ କନେକ୍ସନ ଦିଆଯାଇଥିବା ଜନେଇ ନିଜ ବଜେଟ ଅଭିଭାଷଣରେ କହିଛନ୍ତି ପୀୟୁଷ ଗୋୟଲ । ଜାଣନ୍ତୁ ଏଥିରେ କଣ ସବୁ ବ୍ୟବସ୍ଥା ରହିଛି ।

– ଉଜ୍ଜ୍ୱଳା ଯୋଜନାରେ ୮କୋଟି ଗ୍ୟାସ ସଂଯୋଗ ପାଇଁ ଯୋଜନା ରହିଛି

– ବର୍ତମାନ ସୁଦ୍ଧା ୬କୋଟି ଗ୍ୟାସ କନେକସନ ଦିଆଯାଇଛି

– ଗର୍ଭବତୀ ମାନଙ୍କ ପାଇଁ ପିଏମ ମାତୃ ବନ୍ଦନା ଯୋଜନା ଚାଲିଛି

– ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୭୦ପ୍ରତିଶତ ମହିଳା ଋଣ ନେଇ ବ୍ୟବସାୟ କରୁଛନ୍ତି

ସେହିଭଳି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନ କରିବା ନେଇ ଘୋଷଣା କରିଛନ୍ତି ପୀୟୁଷ ଗୋୟଲ । ଜାଣନ୍ତୁ ଏଥିରେ କଣ ସବୁ ବ୍ୟବସ୍ଥା ରହିଛି ।

– ଗାଈକୁ ନେଇ ବଜେଟରେ ବଡ ଘୋଷଣା

– ଗୋମାତାର ସୁରକ୍ଷା ପାଇଁ ଆସିବ ରାଷ୍ଟ୍ରୀୟ କାମଧେନୁ ଆୟୋଗ

– ସରକାର ଆରମ୍ଭ କରିବେ କାମଧେନୁ ଯୋଜନା

– କାମଧେନୁ ଯୋଜନା ପାଇଁ ୭୫୦କୋଟି ଟଙ୍କା ଖର୍ଚ୍ଚ ହେବ

– ପଶୁପାଳନ ନେଇ ଋଣ ଉପରେ ସୁଧରେ ୨ପ୍ରତିଶତ ରିହାତି