ସୁଧୁରୁନି ପାକିସ୍ତାନ, ବିଏସଏଫର କଡା ଜବାବ୍ : ୧୪ ସେନା ଶିବିର ଧ୍ୱଂସ, ୨ ପାକ ସେନା ନିହତ

25

କନକ ବ୍ୟୁରୋ : ସୁଧୁରିନି ପାକିସ୍ତାନ । ଭାରତର ସର୍ଜିକାଲ ଷ୍ଟ୍ରାଇକ ପରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙଙ୍ଘନ କରିଚାଲିଛି ପାକିସ୍ତାନ । ପାକିସ୍ତାନର ଅସ୍ତ୍ରବିରତିି ଉଲଂଘନର କଡା ଜବାବ ଦେଇଛି ଭାରତୀୟ ସୀମା ସୁରକ୍ଷା ବଳ । ବିଏସଏଫ ଆକ୍ରମଣରେ ସୀମାରେ ଥିବା ପାକିସ୍ତାନର ୧୪ଟି ପୋଷ୍ଟ ଧ୍ୱଂସ ପାଇଛି । ଭାରତୀୟ ସେନାର ଆକ୍ରମଣରେ ୨ଜଣ ପାକିସ୍ତାନୀ ରେଞ୍ଜର ନିହତ ହୋଇଛନ୍ତି ।

ଜମ୍ମୁ ଓ କଶ୍ମୀର ଅନ୍ତରାଷ୍ଟ୍ରୀୟ ସୀମାକୁ ଲାଗି ରହିଥିବା ସାମ୍ବା, ଜମ୍ମୁ, ପୁଂଛ ଓ ରାଜୌରୀ ଠାରେ ପାକିସ୍ତାନ ପଟୁ ମୋର୍ଟାର ମାଡ କରାଯାଇଛି । ପାକିସ୍ତାନ ପଟୁ ବାରମ୍ବାର ଗୁଳି ଓ ମୋର୍ଟାର ମାଡରେ ୮ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨୨ଜଣ ଆହତ ହୋଇଛନ୍ତି । ଦୁଇ ମାସ ଭିତରେ ପାକିସ୍ତାନ ପଟୁ ଗୁଳିମାଡରେ ୪୨ଜଣ ଯବାନଙ୍କ ଜୀବନ ଗଲାଣି । । ସେହିପରି ୮ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରେ ୨ ଶିଶୁ ସମେତ ୩ ମହିଳା ରହିଥିବା ଜଣାପଡିଛିି ।