ଆଜି ଚୀନର ଜିଆମେନରେ ବ୍ରିକ୍ସ ସମ୍ମିଳନୀ ! ଅର୍ଥନୀତି ଏବଂ ନିରାପତ୍ତା ପ୍ରସଙ୍ଗ ଉପରେ ଲକ୍ଷ୍ୟ

63

କନକ ବ୍ୟୁରୋ : ଚୀନର ଜିଆମେନ ସହରରେ ଆଜି ଠାରୁ ଆରମ୍ଭ ହୋଇଛି ତିନି ଦିନିଆ ବ୍ରିକ୍ସ ସମ୍ମିଳନୀ । ସଦସ୍ୟ ରାଷ୍ଟ୍ରମାନେ ପରସ୍ପର ମଧ୍ୟରେ ରହିଥିବା ବିବାଦ ଦୂରେଇ ଆସ୍ଥା ଓ ବିଶ୍ୱାସ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ସଂଗଠନର ଅଧ୍ୟକ୍ଷ ଚୀନ ରାଷ୍ଟ୍ରପତି ଜିନିପିଙ୍ଗ ଆହ୍ୱାନ କରିଛନ୍ତି । ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଚୀନରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ । ବ୍ରାଜିଲ, ଋଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଆୟୋଜିତ ହେଉଥିବା ଏହି ୩ ଦିନିଆ ସମ୍ମିଳନୀରେ ପାରସ୍ପରିକ ସହଯୋଗ ନେଇ ଆଲୋଚନା କରିବେ ରାଷ୍ଟ୍ରମୁଖ୍ୟ । ଏହି ସମ୍ମିଳନୀରେ ଅର୍ଥନୀତି ଏବଂ ନିରାପତ୍ତା ଭଳି ବହୁପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସଂଭାବନା ରହିଛି ।

ଆସନ୍ତୁ ଜାଣିବା ବ୍ରିକ୍ସ ସମ୍ମିଳନୀ କଣ, କେଉଁ କେଉଁ ସଦସ୍ୟ ରାଷ୍ଟ୍ର ଅଛନ୍ତି ଓ ସମ୍ମିଳନୀରେ ଏଜେଣ୍ଡା କଣ ରହିଛି ?

୫ ବିକାଶଶୀଳ ଦେଶର ଗ୍ରୁପ ହେଉଛି ବିକ୍ସ । ବ୍ରିକ୍ସରେ ସଦସ୍ୟ ଅଛନ୍ତି ବ୍ରାଜିଲ, ଋଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା । ୨୦୦୯ରୁ ପ୍ରତିବର୍ଷ ହେଉଛି ବିକ୍ସ ସମିଳନୀ । ବିଶ୍ୱର ୪୨ ପ୍ରତିଶତ ଲୋକ ଏହି ୫ ଦେଶରେ ରହୁଛନ୍ତି । ବିଶ୍ୱର ୨୩ ପ୍ରତିଶତ ଜିଡିପି ଏହି ୫ ଦେଶରେ ରହିଛି । ସମ୍ମିଳନୀରେ ପାରସ୍ପରିକ ସହଯୋଗ ନେଇ ଆଲୋଚନା କରିବେ ରାଷ୍ଟ୍ରମୁଖ୍ୟ । ଅର୍ଥନୀତି ଏବଂ ନିରାପତା ଭଳି ବହୁପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବା । ପ୍ରଧାନମନ୍ତ୍ରୀ ଆତଙ୍କବାଦ ପ୍ରସଙ୍ଗ ଉଠାଇବା ସମ୍ଭାବନା ରହିଛି । ଆଜି ସମ୍ମିଳନୀରେ ଋଷିଆ ରାଷ୍ଟପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ । କାଲି ଚୀନ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ହେବ । ଡୋକଲାମ ବିବାଦ ପରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତ ହେଉଥିବାରୁ ଏହାକୁ ବେଶୀ ଗୁରୁତ୍ୱ ଦିଆଯାଉଛି ।