ବ୍ରାହ୍ମଣ ସମାଜ ପାଇଁ ନିଗମ ଚିନ୍ତା ! ଓଡିଶା ସରକାରଙ୍କୁ ପ୍ରସ୍ତାବ ଦେଲା ବ୍ରାହ୍ମଣ ଇଣ୍ଟରନ୍ୟାସନାଲ

96

କନକ ବ୍ୟୁରୋ : ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ ସଂପର୍କରେ ଭାଷା ଓ ସଂସ୍କୃତି ବିଭାଗକୁ ଚିଠି ଲେଖିଛି । ଏଥିରେ ଦିଲ୍ଲୀର ବ୍ରାହ୍ମଣ ଇଂଟରନାସନାଲ ନାମକ ଏକ ସଂସ୍ଥାର ପ୍ରସ୍ତାବ ଉପରେ ବିଚାର କରିବା ପାଇଁ କୁହାଯାଇଛି । ବ୍ରାହ୍ମଣମାନଙ୍କ କଲ୍ୟାଣ ପାଇଁ ଏହି ନିଗମ ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ସାଧାରଣ ପ୍ରଶାସନ ବିଭାଗ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଲେଖିଥିବା ଚିଠିରେ ସାଧାରଣ ପ୍ରଶାସନ ବିଭାଗ, ବ୍ରାହ୍ମଣ ଇଂଟରନ୍ୟାସନାଲ ନାମକ ଏକ ସଂସ୍ଥାରୁ ଆସିଥିବା ପ୍ରସ୍ତାବ ଉପରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛି । ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ କରି ବ୍ରାହ୍ମଣମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେବାକୁ ବ୍ରାହ୍ମଣ ଇଂଟରନ୍ୟାଲନାଲ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲା । ବ୍ରାହ୍ମଣ ଇଂଟରନ୍ୟାସନାଲ ନାମକ ଏକ ସଂସ୍ଥା ପକ୍ଷରୁ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ସଂସ୍ଥା କହିଛି ସେମାନେ ଓଡିଶା ସରକାରଙ୍କ ସହ ଏକ କଲ୍ୟାଣ ନିଗମ ଗଠନ ସଂପର୍କରେ ଆଲୋଚନା କରିବା ପାଇଁ ଚାହୁଁଛନ୍ତି ।

ଦିଲ୍ଲୀରୁ ଓଡିଶା ସରକାରଙ୍କୁ ବ୍ରାହ୍ମଣ ଇଂଟରନ୍ୟାସନାଲ ଏହି ଚିଠି ଲେଖି କହିଛି, ଭାରତୀୟ ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ସୁରକ୍ଷା ଦିଗରେ ବ୍ରାହଣମାନଙ୍କର ଗୁରୁ ଦାୟିତ୍ୱ ରହିଛି । ଏବଂ ବ୍ରାହ୍ଣଣ ସମୁଦାୟରେ ୫୫ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି । ଏହି ସଂସ୍ଥା ଯୁକ୍ତି ଦର୍ଶାଇଛି ୩୬ ପ୍ରତିଶତ ବ୍ରାହ୍ମଣ ପିଲା ମାଟ୍ରିକ ପୂର୍ବରୁ ପାଠପଢା ଛାଡୁଛନ୍ତି । ତେଣୁ ଏକ ନିଗମ ଗଠନ କରି ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ପାଇଁ ପ୍ରସ୍ତାବ ଦେଇଛି ।ତେବେ ଏନେଇ ରାଜ୍ୟ ସରକାରଙ୍କ ସାଦାରଣ ପ୍ରଶାସନ ବିଭାଗ ଭାଷା ଓ ସଂସ୍କତି ବିଭାଗକୁ ଚିଠି ଲେଖିବା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।