୧୦ ଫୁଟ୍ ର ଏହି ଲମ୍ବା ସାପକୁ ବିବାହ କରିଛନ୍ତି ଏହି ଯୁବକ ! ଏକାଠି ଖାଉଛନ୍ତି ,ଶୋଉଛନ୍ତି ଏବଂ ଟିଭି ଦେଖୁଛନ୍ତି ।

510

ଘରେ ଗୃହପାଳିତ ପଶୁଙ୍କୁ ରଖିବାକୁ କିଛି ଲୋକ ପସନ୍ଦ କରନ୍ତି କରିବା ବି ଦରକାର । ଏହାଦ୍ୱାରା ପଶୁପକ୍ଷୀଙ୍କ ଆଡକୁ ମଣିଷର ଏକ ଆସକ୍ତି ରହିବ ଏବଂ ପରିବେଶରେ ସନ୍ତୁଳନତା ମଧ୍ୟ ରହିବ । କିନ୍ତୁ କିଛି ଲୋକ ଏଭଳି ହିଂସ୍ର ପଶୁପକ୍ଷୀଙ୍କୁ ଘରେ ରଖନ୍ତି ଯେ କେତେବେଳେ ବି ଜୀବନ ଚାଲିଯିବାର ଭୟ ଲାଗିରହିବ । କିଛି ଲୋକଙ୍କୁ ସାପ ପାଳିବାକୁ ଭଲ ଲାଗିଥାଏ କିନ୍ତୁ ସାପ ସହ ବିବାହ କରିବା ଘଟଣା ବିରଳ । ଯାହା ଘଟିଛି କାନାଡାରେ ।

ଏଠାକାର ଜଣେ ଯୁବକ ୫ ବର୍ଷ ତଳେ ଏକ ଦୁର୍ଘଟଣାରେ ନିଜ ପ୍ରେମିକାଙ୍କୁ ହରାଇଥିଲେ ଯାହାଙ୍କୁ ସେ ଖୁବ୍ ଭଲ ପାଉଥିଲେ । ଯୁବକ ଜଣକ ପ୍ରେମିକାଙ୍କୁ ଫେରାଇ ଆଣିବା ପାଇଁ ଗୁଣିଗାରେଡିର ସାହାଯ୍ୟ ନେଲେ ଏବଂ ତାଙ୍କ କହିବାନୁସାରେ ଏହି ୧୦ ଫୁଟର ସାପଟି ହିଁ ତାଙ୍କ ମୃତ ପ୍ରେମିକା ଯେ ସାପ ରୁପରେ ତାଙ୍କ ପାଖକୁ ଫେରି ଆସିଛନ୍ତି । ତେଣୁ ସେ ସାପଟି ସହ ଖାଇବା ,ପିଇବା ,ଶୋଇବା ,ଟିଭି ଦେଖିବା ଭଳି କାମ କରିଥାନ୍ତି । ଆଚମ୍ବିତର କଥା ସାପଟି ମଧ୍ୟ ସୁନା ପିଲାଟି ପରି ଯୁବକଙ୍କୁ ନ କାମୁଡି ତାଙ୍କ ସହ ୨ ବର୍ଷରୁ ରହିଆସୁଛି ।