ଆଇଟମ୍ ଗର୍ଲରୁ ସଲମାନଙ୍କ ମା’ ! ପଢନ୍ତୁ ହେଲେନଙ୍କ ସଂଘର୍ଷମୟ କାହାଣୀ . . କୌଣସି ସିନେମାଠୁ ନୁହେଁ କମ୍

106

ରୂପେଲି ପରଦାରେ ହେଲେନ୍ ଏକ ଏମିତି ନାଁ ଯାହାଙ୍କୁ ଭୁଲିବା ସମ୍ଭବ ନୁହେଁ । ହେଲେନଙ୍କୁ ପ୍ରଥମ ଆଇଟମ୍ ଗର୍ଲ କହିଲେ ଭୁଲ୍ ହେବ ନାହିଁ । କାରଣ ଭାରତୀୟ ସିନେମାରେ ଆଇଟମ୍ ଗୀତରେ ଡ୍ୟାନ୍ସର ଅରମ୍ଭ ହେଲେନ୍ ହିଁ କରିଥିଲେ । ଏହି ଆଙ୍ଗ୍ଲୋ ଇଣ୍ଡିଆନ୍ ଅଭିନେତ୍ରୀ ଯେପର୍ଯ୍ୟନ୍ତ ବଲିଉଡରେ ଥିଲେ ସେଯର୍ଯ୍ୟନ୍ତ ନିଜ ପ୍ରଭାବ ବିସ୍ତାର କରି ରଖିଥିଲେ ।

ତେବେ ସିନେମାରେ ତ ଆପଣ ହେଲେନଙ୍କୁ ଦେଖିଥିଲେ ଏବେ ଜାଣନ୍ତୁ ତାଙ୍କ ଜୀବନର କିଛି ସତ ଯେଉଁଠି କେବଳ ଅନ୍ଧାର ହିଁ ଅନ୍ଧାର ଥିଲା । ପରଦା ଉପରେ ମତୁଆଲା ଡ୍ୟାନ୍ସ କରି ଦର୍ଶକଙ୍କ ମନ ମୋହିନେଇଥିଲେ ହେଲେନ୍ । କିନ୍ତୁ ହସ ହସ ଚେହେରା ଥିବା ହେଲେନଙ୍କ ଜୀବନ ଥିଲା ଖୁବ୍ ଅନ୍ଧକାରମୟ ।

• ହେଲେନଙ୍କ ଜନ୍ମ ୨୧ ନଭେମ୍ବର ୧୯୩୮ରେ ବର୍ମାରେ ହୋଇଥିଲା । ବାପାଙ୍କ ଦେହାନ୍ତ ପରେ ମା’ ଜଣେ ବ୍ରିଟିସ୍ ସୈନଙ୍କୁ ବିବାହ କରିଥିଲେ । ହେଲେନଙ୍କ ଜଣେ ଭାଇ ଏବଂ ଭଉଣୀ ମଧ୍ୟ ଥିଲେ ।

• କିଛି ଦିନ ପରେ ହେଲେନଙ୍କ ଦ୍ୱିତୀୟ ବାପାଙ୍କ ମଧ୍ୟ ଦେହାନ୍ତ ହୋଇଥିଲା । ତେବେ ଯେତେବେଳେ ବର୍ମାକୁ ଜାପାନ୍ କବଜା କଲା ସେତେବେଳେ ହେଲେନଙ୍କ ପୁରା ପରିବାର ମୁମ୍ବାଇ ଆସିଥିଲା । ଆଉ ଯାତ୍ରା ସମୟରେ ତାଙ୍କୁ ବିଭିନ୍ନ ଜଙ୍ଗଲ ଏବଂ ଗାଁ ଦେଇ ଆସିବାକୁ ପଡିଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଯାତ୍ରା ବେଳେ ଅନେକ ସମୟରେ ଖଇବାକୁ ପାଉନଥିଲେ ହେଲେନ୍ ଏବଂ ତାଙ୍କ ପରିବାର । ଭୋକ ଉପାସରେ ଦିନ ଦିନ ଧରି ରହିବାକୁ ପଡିଥିଲା  ।

• ମୁମ୍ବାଇ ଆସିବା ବାଟରେ ତାଙ୍କ ଗ୍ରୁପର ଅନେକ ଲୋକ ଅନାହାରରେ ମୃତ୍ୟୁବରଣ କରିଥିଲେ । ଆଉ ହେଲେନଙ୍କ ମା’ଙ୍କର ଗର୍ଭପାତ ହୋଇ ଯାଇଥିଲା । ତେବେ ମୁମ୍ବାଇ ଅନେକ ଦୂର ଥିବାରୁ କୋଲକାତାରେ ରହବାର ନିଷ୍ପତି ନେଇଥିଲେ ହେଲେନଙ୍କ ମା’ । ଆଉ ସେଠାରେ ନର୍ସର କାମ ଆରମ୍ଭ କରିଥିଲେ ।

• ତେବେ ସ୍ୱଳ୍ପ ଟଙ୍କାରେ ଘର ଚଳାଇବା ଖୁବ୍ କଷ୍ଟକର ଥିଲା । ଆଉ ଏହା ଭିତରେ ହେଲେନଙ୍କ ମା’ଙ୍କର ଦେଖା ବଲିଉଡର କ୍ୟାବ୍ରେ ଡ୍ୟାନ୍ସର କୁକୁ ମୋରେଙ୍କ ସହ ହୋଇଥିଲା । ଆଉ କାମ ଖୋଜୁଥିବା ହେଲେନଙ୍କୁ କୁକୁ ମୋରେ ବଲିଉଡକୁ ଆଣିଥିଲେ ।

• ଏହା ପରେ ହେଲେନଙ୍କ ବଲିଉଡରେ ଧୀରେ ଧୀରେ ନିଜ ପାଦ ଜମାଇବାକୁ ଲାଗିଲେ । ୬୦ ଦଶକରେ ହେଲେନଙ୍କୁ ସେକ୍ସ ସିମ୍ବଲ୍ ହିସାବରେ ଗଣାଯାଉଥିଲା । ଅତ୍ୟଧିକ ସୁନ୍ଦର ହୋଇଥିବାରୁ ହେଲେନ୍ ଅନେକ ଥର ଅସଦାଚରଣର ଶିକାର ମଧ୍ୟ ହୋଇଛନ୍ତି ।

• ୧୯୫୭ରେ ହେଲେନ୍ ନିଜ ଠାରୁ ୨୭ ବର୍ଷ ବଡ ନିର୍ଦେଶକ ପିଏନ୍ ଆରୋରାଙ୍କୁ ବିବାହ କରିଥିଲେ । ହେଲେ ଏହି ସଂପର୍କ ମାତ୍ର ୧୬ବର୍ଷ ଚାଲିଥିଲା । କାରଣ ଥିଲା ହେଲେନଙ୍କ ସବୁ ଟଙ୍କା ତାଙ୍କ ସ୍ୱାମୀ ପି.ଏନ୍ ଅରୋରା ଖର୍ଚ୍ଚ କରି ଉଡାଇଦେଉଥିଲେ । ସ୍ୱାମୀଙ୍କ ଖର୍ଚ୍ଚ ବହନ କରି କରି ସେ ଦେବାଳିୟା ମଧ୍ୟ ହୋଇଯାଇଥିଲେ । ଏପରିକି ସେ ଭଡା ଦେଇ ନପାରିବାରୁ ତାଙ୍କ ଘର ସିଜ୍ କରାଯାଇଥିଲା ।

• ଏହା ପରେ ସେ ଜୀବନ ଯୁଦ୍ଧ ଏକାକୀ ଲଢିଥିଲେ । ତେବେ ୧୯୬୨ରେ ସିନେମା ‘କାବିଲ୍ ଖାନ୍’ ସମୟରେ ତାଙ୍କ ସାକ୍ଷାତ ସଲମାନଙ୍କ ବାପା ସଲୀମ୍ ଖାନଙ୍କ ସହ ଦେଖା ହୋଇଥିଲା । ଆଉ ସଲୀମ୍ ପ୍ରଥମ ଦେଖାରେ ହିଁ ହେଲେନଙ୍କୁ ପ୍ରେମ କରି ବସିଲେ । ଆଉ ଏହା ପରେ କଣ ହୋଇଥିଲା ତାହା ଆପଣ ସମସ୍ତଙ୍କୁ ଜଣା ।

• ତେବେ ୧୯୭୧ରେ ହେଲେନ୍ ନିଜ ମା’ ଏବଂ ଭାଇ ଭଉଣୀଙ୍କଠାରୁ ସବୁଦିନ ପାଇଁ ସଂପର୍କ କାଟି ଦେଇଥିଲେ । କାରଣ ତାଙ୍କ ମା’ ନିଜ ଡ୍ରାଇଭର୍ ସହ ପଳାଇଥିଲେ ।