ଏକ ସ୍ୱତନ୍ତ୍ର ବ୍ୟାଙ୍କ: ଟଙ୍କା ନୁହେଁ ବରଂ ଗରିବଙ୍କୁ ଦେଇଥାଏ ରୁଟି

48

ଅଜନ୍ତା-ଏଲୋରା ଗୁମ୍ଫା ପାଇଁ ପ୍ରସିଦ୍ଧ ଔରଙ୍ଗାବାଦ । ତେବେ ଔରଙ୍ଗାବାଦ ସହରରେ ନିକଟରେ ଏକ ଏଭଳି ବ୍ୟାଙ୍କର ଆରମ୍ଭ ହୋଇଛି ଯେଉଁଠାକୁ ଲୋକେ ଟଙ୍କା କିମ୍ବା ସୁନା ନୁହେଁ ବରଂ ରୁଟି ଜମା କରିବାକୁ ଆସିଥାନ୍ତି । ଏବଂ ଯେଉଁଥିରେ ଦୁଃଖୀ ତଥା ଗରିବମାନେ ନିଜର ଭୋକ ମେଂଟାଇଥାନ୍ତି । ତେବେ ଏହି ରୁଟି କୌଣସି ଖରାପ କିମ୍ବା ବାସି ନୁହେଁ ବରଂ ତାଜା ରୁଟି ଅଟେ । ଖାଲି ସେତିକି ନୁହେଁ ରୁଟି ବ୍ୟତୀତ ଏହି ବ୍ୟାଙ୍କରେ ମଧ୍ୟ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ମିଳିଥାଏ ।

ଡିସେମ୍ବର ୫ ତାରିଖରେ ପ୍ରଥମେ ଉତ୍ତରପ୍ରଦେଶରେ ରୁଟି ବ୍ୟାଙ୍କ ଆରମ୍ଭ ହୋଇଥିଲା । ଯାହାଥିଲା ଦେଶର ପ୍ରଥମ ରୁଟି ବ୍ୟାଙ୍କ । ଏହାପରେ ଝାରଖଣ୍ଡରେ ମଧ୍ୟ ଏଭଳି ପ୍ରକାର ବ୍ୟାଙ୍କର ଆରମ୍ଭ ହୋଇଥିଲା । ଆଉ ଏବେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଆରମ୍ଭ ହୋଇଛି ଏହି ରୁଟି ବ୍ୟାଙ୍କ ।

ରୁଟି ବ୍ୟାଙ୍କର ନିର୍ମାତା

ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡରେ ଦେଶର ପ୍ରଥମ ରୁଟି ବ୍ୟାଙ୍କର ଆରମ୍ଭ କରିଥିବା (ଏଚଆଇଏମସି) ‘ହରୁନ ମୁକ୍ତି ଇସଲାମିକ୍ ସେଂଟର’ର ଫାଉଣ୍ଡର ହେଉଛନ୍ତି ୟୁସୁଫ୍ ମୁକ୍ତି । ୟୁସୁଫଙ୍କ କହିବା କଥା ହେଲାକି, ଦୀର୍ଘଦିନ ହେଲା ସେ ଲୋକଙ୍କୁ ରାସ୍ତାକଡରେ ଭିକ୍ଷାବୃତ୍ତି କରି ତଥା ଭିକ୍ଷମାଗି ଖାଉଥିବାର ଦେଖିଥିଲେ । ଯାହା ତାଙ୍କୁ ବହୁତ କଷ୍ଟ ଦେଇଥିଲା । ଏହାପରେ ସେ ଚିନ୍ତା କଲେ କି ଯଦି ଏଭଳି କିଛି ପଦକ୍ଷେପ ନିଆଯାଏ ଏହି ଗରିବଙ୍କୁ ଆଉ ଭିକ୍ଷ ମାଗି ଖାଇବାକୁ ପଡିବ ନାହିଁ । ଯେଉଁଥିପାଇଁ ସେ ରୁଟି ବ୍ୟାଙ୍କ ନିର୍ମାଣ କରିବାକୁ ନିଷ୍ପତି ନେଇଥିଲେ ।

ରୁଟି ବ୍ୟାଙ୍କର ସଦସ୍ୟତା ହେବାର ପ୍ରକ୍ରିୟା

ତେବେ ଏହି ରୁଟି ବ୍ୟାଙ୍କର ସଦସ୍ୟତା ପାଇଁ ଲୋକଙ୍କୁ ଏକ ସାଧାରଣ ଫର୍ମ ପୁରଣ କରିବାକୁ ପଡିଥାଏ । ଏହାପରେ ବ୍ୟାଙ୍କ ତରଫରୁ ରୁଟି ଦେବା ଲୋକଙ୍କୁ ଏକ ଡିପୋଜିଟର କୋଡ ମିଳିଥାଏ । ଯେଉଁଥିରେ ଉଲ୍ଲେଖ ଥାଏ କି, ଏହାର ସଦସ୍ୟମାନଙ୍କୁ ସାଧାରଣତଃ ଫ୍ରେସ୍ ରୁଟି ଏବଂ ଘର ପ୍ରସ୍ତୁତ ରୋଷେଇର କିଛି ଭାଗ ଏହି ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ପଡିବ ।

ରୁଟି ନେବାର ସମୟ

ସକାଳ ୧୧ରୁ ଆରମ୍ଭ କରି ରାତି ୧୧ଟା ପର୍ଯ୍ୟନ୍ତ ଏହି ବ୍ୟାଙ୍କଟି ଖୋଲା ରହିଥାଏ । ଆଉ ଏହି ସମୟରେ ଲୋକେ ରୁଟି ଦେବାକୁ ଆସନ୍ତି ଏବଂ ଗରିବମାନେ ଖାଇବାକୁ ମଧ୍ୟ ଆସିଥାନ୍ତି । ତେବେ ବ୍ୟାଙ୍କ ଡିପୋଜିଟରର୍ସଙ୍କୁ ଖାଦ୍ୟ ନେବା ଆଣିବା ପାଇଁ ସ୍ୱତନ୍ତ୍ର କ୍ୟାରିବ୍ୟାଗ୍ ମଧ୍ୟ ଦିଆଯାଇଥାଏ ।

ଏହାସହ ମଧ୍ୟ ପଢନ୍ତୁ- ଭାରତୀୟ ମୁଦ୍ରା ସହ ଜଡିତ କିଛି ରୋଚକ ତଥ୍ୟ ! ଯାହା ଆପଣଙ୍କୁ କରିଦେବ ଚକିତ