ଢେଙ୍କାନାଳ ସଦର ରେଞ୍ଜରେ ବାରହା ଆତଙ୍କ: ଆକ୍ରମଣରେ ୫ ଆହତ, ୩ ଗୁରୁତର

49

ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜ ଭଂଗାମାଳ ଗ୍ରାମରେ ଜଂଗଲି ବାରହା ବିଲରେ ଧାନ କାଟୁଥିବା ବେଳେ ଚାଷୀଂକୁ ଅତର୍କିତ ଆକ୍ରମଣ କରିଛି । ଫଳରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଂକ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଆହତ ମାନେ ହେଲେ କୋରଗାଂ ଗାଁର ଅଭିରାମ ପ୍ରଧାନ, ଭଂଗାମାଳ ଗାଁର ନୀଳମଣି ରାଉତ, ଗୋପୀନାଥ ରାଉତ, ଦିପ୍ତିରଂଜନ ରାଉତ । ବାରହାଟି ଧାନ ବିଲରେ ଚାଷୀଙ୍କୁ ଆକ୍ରମଣ କରିବା ପରେ ଗାଁ ଭିତରେ ପଶି ଯାଇଥିଲା । ଖବର ପାଇଁ ସଦର ରେଞ୍ଜ ଫରେଷ୍ଟ କର୍ମଚାରୀମାନେ ଗାଁରେ ପଂହଚି ବାରହାଟିକୁ ଧରିବା ପାଇଁ ଉଦ୍ୟମ କରିଥିଲେ । ଶେଷରେ ବାରହାଟିକୁ ଉଦ୍ଧାର କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ –