ଆଜି ହେଉଛି ଯୁବ ସ୍ୱାଭିମାନ ଦିବସ । ଏହି ଅବସରରେ ରାଜ୍ୟ ବ୍ୟାପୀ ଆମ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ହୋଇଛି ରକ୍ତଦାନ ଶିବିର

49

କନକ ବ୍ୟୁରୋ: ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ସାରା ରାଜ୍ୟରେ ପାଳିତ ହେଉଛି ଯୁବ ସ୍ୱାଭିମାନ ଦିବସ । ଏହି ଉପଲକ୍ଷେ ଆମ ଓଡିଶା ଓ ସମ୍ବାଦ ମିଳିତ ଆନୁକୂଲ୍ୟରେ ରାଜ୍ୟବ୍ୟାପି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ପାଖାପାଖି ୭୦ଟି ରକ୍ତ ଦାନ ଶିବିରରେ ସ୍ୱେଚ୍ଛାକୃତ ଭାବେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ରକ୍ତଦାନ କରିଥିଲେ । ବିଭିନ୍ନ ସ୍ଥାନରେ ବହୁ ସଂଗଠନ ଏହି ଅଭିଯାନରେ ସାମିଲ ହୋଇଛନ୍ତି ।

ଭୁବନେଶ୍ୱର ସମ୍ବାଦ ଭବନ ପରିସରରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର । ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଏହି ରକ୍ତଦାନ ଶିବିରରେ ସମ୍ବାଦ, ଆମ ଓଡିଶା, କନକ ନ୍ୟୁଜ୍, ରେଡିଓ ଚକୋଲେଟର କର୍ମକର୍ତାଙ୍କ ସହ ଅନେକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ସେହିଭଳି ସମ୍ବଲପୁରରେ ୪ଟି ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର, ରାୟଗଡା, କଟକ, ପୁରୀ, ରାଉରକେଲା ଆଦି ସ୍ଥାନରେ ମଧ୍ୟ ଏକାଧିକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।

ଭାପୁରର ଏକ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଆରମ୍ଭ ହୋଇଥିଲା ରକ୍ତଦାନ ଶିବିର । ଯେଉଁଠି ଅପରାହ୍ନ ୪ଟା ସୁଦ୍ଧା ୩ଶହ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ପହିଂଚିଥିଲେ ଆମ ଓଡିଶା ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ । ସବିଶେଷ ଖବର ସୁଦ୍ଧା ଆଜି ସାରା ରାଜ୍ୟରୁ ୫ ହଜାର ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।