ପାକିସ୍ତାନର ନିର୍ବାଚନ ରାଲିରେ ଆଇଏସଆଇଏସର ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ । ୧୩୩ ଜଣଙ୍କର ମୃତ୍ୟୁ

49

ପାକିସ୍ତାନରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ । ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଗିରଫ କରିବାର ଠିକ୍ ପୂର୍ବରୁ ଏକ ନିର୍ବାଚନ ପ୍ରଚାର ରାଲିରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୧୩୩ ଲୋକଙ୍କର ମୃତ୍ୟୁ ହୋଇଛି । ଏହାଛଡା ୧୨୫ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଏହି ବେଲୁଚିସ୍ତାନରେ ହୋଇଛି । ବେଲୁଚିସ୍ତାନ ଆୱାମ ପାର୍ଟିର ନେତା ସିରାଜ ରାୟସାନୀଙ୍କ ନିର୍ବାଚନ ରାଲିରେ ଏହିଭଳି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ପାଇଁ ଆଇଏସଆଇଏସ ନିଜୁକ ଦାୟୀ କରିଛି ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବେଲୁଚିସ୍ତାନ ଆୱାମ ପାର୍ଟିର ନେତା ସିରାଜ ରାୟସୀନ ମଧ୍ୟ ଏହି ବିସ୍ଫୋରଣରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ କ୍ୱୈଟା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ହିଁ ତାଙ୍କର ମୃତ୍ୟୁ ହୋଇଛି । ବେଲୁଚିସ୍ତାନର ପୂର୍ବ ମୁଖ୍ୟମନ୍ତ୍ରୀ ନୱାବ ଅସଲମ ରାୟସୀନଙ୍କ ଭାଇ ହେଉଛନ୍ତି ସିରାଜ ରାୟସୀନ । ବେଲୁଚିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବା ଅନୁସାରେ, ପ୍ରଥମରୁ ମୃତକଙ୍କ ସଂଖ୍ୟା ଅଧିକ ନଥିଲା କିନ୍ତୁ ରାୟସୀନଙ୍କ ଭଳି ଗମ୍ଭୀର ରୂପେ ଆହତ ହୋଇଥିବା ଅଧିକାଂଶ ଲୋକଙ୍କର ମୃତ୍ୟୁ ହସ୍ପିଟାଲରେ ହୋଇଥିଲା । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସେ ସୂଚନା ଦେଇଛନ୍ତି ।

ବମ ନିରୋଧକ ସ୍କ୍ୱାର୍ଡ ଅନୁସାରେ, ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା । ଏହି ଶକ୍ତିଶାଳୀ ବିସ୍ଫୋରଣରେ ପ୍ରାୟ ୧୬-୨୦ କିଲୋଗ୍ରାମର ବିସ୍ଫୋଟକ ବ୍ୟବହାର କରାଯାଇଥିଲା । କେବଳ ବେଲୁଚିସ୍ତାନରେ ନୁହେଁ ଏହା ପୂର୍ବରୁ ମୁତ୍ନାହିଦା ମଜଲିସ ଅମାଲ ନେତା ଅକରମ ଖାନ ଦୁରାନୀଙ୍କ ରାଲିରେ ମଧ୍ୟ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୫ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଥିଲେ । ୨୫ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପିଟିଆଇ ପ୍ରମୁଖ ଇମରାନ ଖାନଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ଅକରମ ଖାନ ଦୁରାନୀ ।ସାଧାରଣ ନିର୍ବାଚନ ପୂର୍ବରୁ ପାକିସ୍ତାନର ଆଇନ ବ୍ୟବସ୍ଥ୍ା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ତେବେ ଏହି ଘଟଣାକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିନ୍ଦା କରିଛନ୍ତି ।