ବାବୁଲା ପଣ୍ଡାକୁ ନେଇ ଜୋରଧରିଲା ରାଜନୀତି ! ବିଜେଡିକୁ ଟାର୍ଗେଟ କଲା ବିଜେପି

32

କନକ ବ୍ୟୁରୋ : ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡାକୁ ନେଇ ଜୋରଧରୁଛି ରାଜନୀତି । ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଶାସକ ଦଳ ଓ ଡିଜିପିଙ୍କ ମଧ୍ୟରେ ସଲାସୁତୁରାରେ ବିଜେପିକୁ ଆକ୍ରମଣ କରିବା ବିଜେଡି ପାଇଁ ବୁମେରାଂ ହୋଇଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି । ଏହାସହ ବାବୁଲାକୁ ଅପରାଧିକ ପୃଷ୍ଠଭୂମି କହି କଣ ସନ୍ଦେଶ ଦେବାକୁ ଚାହୁଁଛନ୍ତି ଡିଜି ବୋଲି ବିଜେପି ପ୍ରଶ୍ନ କରିଛି । ସେହିଭଳି ରବି ନନ୍ଦ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଜେରା କରିବାକୁ ପୋଲିସ କାହିଁକି ପଛଘୁଂଚା ଦେଉଛି ବୋଲି ସମୀର ମହାନ୍ତି କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –

ଅନ୍ୟପଟେ, ବିଜେପି ଅଭିଯୋଗରେ ପ୍ରତିକ୍ରିୟା ରଖିଛି ବିଜେଡି । ସଂଗ୍ରାମୀଙ୍କ ଦାୟଦଙ୍କୁ ଘରୁ ଆଣି ତାଙ୍କୁ ଠିକ୍ ଠାକ ଭାବେ ଘରେ ପହଂଚାଇବା ବିଜେପିର ନୈତିକ ଦାୟି୍ତ୍ୱ ଥିଲା ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି । ସମଗ୍ର ଘଟଣାର ତଦନ୍ତ ହେବା ଆବଶ୍ୟକ ବୋଲି ବିଜେଡି କହିଛି । ତେବେ ରବି ନନ୍ଦ ଓ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଦଳ କୋରାପୁଟରେ ଦଳ ଜିତି ଥିବା ଯୋଗୁଁ ବିଜେପି ଇର୍ଷାନ୍ୱିତ ହୋଇ ତାଙ୍କ ବିରୋଧରେ ଅଭିଯୋଗ କରୁଛି ବୋଲି ଦେବାଶିଷ କହିଛନ୍ତି ।

ବାବୁଲା ପଣ୍ଡା ମିଳିବା ଘଟଣା ନେଇ ଡିଜିପି ଆଜି ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଉଦ୍ଧାର ନେଇ କୋରାପୁଟ ପୋଲିସ ଓ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ସେ ସୁସ୍ଥ ହେବା ପରେ ସତ ସାମ୍ନାକୁ ଆସିବ ।

ଦେଖନ୍ତୁ ଏହି ଭିଡିଓ –