ସଚିବାଳୟକୁ ଧସେଇ ପଶିବାକୁ ବିଜେପି କୃଷକ ମୋର୍ଚ୍ଚାର ଉଦ୍ୟମ ! ଧାନର ଅଭାବୀ ବିକ୍ରି ଓ ମଣ୍ଡିର ଅବ୍ୟବସ୍ଥା ନେଇ ପ୍ରତିବାଦ

ପୁଲିସ ଓ ବିଜେପି କକର୍ମୀ ଧସ୍ତାଧସ୍ତି

100

କନକ ବ୍ୟୁରୋ : ସଚିବାଳୟରେ ଧସେଇ ପଶିବାକୁ ବିଜେପି କୃଷକ ମୋର୍ଚ୍ଚା କର୍ମୀ ଉଦ୍ୟମ କରିଛି । ଆଜି ଏପରି କିଛି ଦେଖିବାକୁ ମିଳିଛି ସଚିବାଳୟ ଫାଟକ ଆଗରେ । ହାତରେ ପ୍ଲାକାର୍ଡ, ବ୍ୟାନର ଧରି ଆଜି ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଧାନର ଅଭାବୀ ବିକ୍ରୀ ଓ ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଜେପି କୃଷକ ମୋର୍ଚ୍ଚା କର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିସହ ସମବାୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଉପସ୍ଥିତ ସୁରକ୍ଷା କର୍ମୀ ବିଜେପି କର୍ମୀଙ୍କୁ ଅଟକାଇବାକୁ ଉଦ୍ୟମ କରିବାରୁ ସଚିବାଳୟ ସମ୍ମୁଖରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପ୍ରାୟ ୫୦ ଜଣ ବିଜେପି କୃଷକ ମୋର୍ଚ୍ଚାର କର୍ମୀଙ୍କୁ ପୁଲିସ ଅଟକ ରଖିିଛି ।

ସୂଚନାଯୋଗ୍ୟ ରାଜ୍ୟରେ ବିଭିନ୍ନ ସମୟରେ ମଣ୍ଡି ସମସ୍ୟା ଦେଖିବା ପାଇଁ ମିଳୁଛି । ହାଡ଼ଭଙ୍ଗା ପରିଶ୍ରମ କରି ଧାନ ବିକ୍ରି କରିବା ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀକୂଳ । ଶୀତ କାକାରରେ ରାତି ରାତି ମଣ୍ଡିରେ ଜଗି ବସୁଛନ୍ତି । କେଉଁଠି ମିଲର ଧାନ ନେଉ ନାହାନ୍ତି ତ ଆଉ କେଉଁଠି ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନାହିଁ । ଏନେଇ ଆଜି ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲା ବିଜେପି କୃଷକ ମୋର୍ଚ୍ଚା ।