କେ.ଭିଙ୍କ ପ୍ରଶ୍ନକୁ ହସରେ ଉଡ଼ାଇଦେଲେ ନବୀନ ! ଜାଣନ୍ତୁ କ’ଣ ଥିଲା ମାମଲା ।

351

କନକ ବ୍ୟୁରୋ: ଚିଟଫଣ୍ଡ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆରୋପ ଲାଗାଇଛନ୍ତି ବିଜେପି ବିଧାୟକ ବିରୋଧୀଦଳ ନେତା କେ.ଭି ସିଂହ ଦେଓ । ଚିଟଫଣ୍ଡ ଘୋଟାଲା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି କେ.ଭି କହିଛନ୍ତି ଯେ, ଓଡ଼ିଶାରେ ଜବାବ ମାଗୁଛି ଓଡ଼ିଶା, । ସରୋଜ ସାହୁ କିଏ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିବିଆଇ ପୂର୍ବରୁ ଚିଟଫଣ୍ଡ ସଂକ୍ରାନ୍ତରେ ପ୍ରଶ୍ନ କରିଛି ନା ନାହିଁ ତାହାର ସ୍ପଷ୍ଟି କରଣ ରଖନ୍ତୁ ବୋଲି କେ.ଭି ପ୍ରଶ୍ନ କରିଛନ୍ତି । ସେହିଭଳି ୩୦୦ କୋଟି ଟଙ୍କାର କର୍ପୋସ ଫଣ୍ଡର ସ୍ଥିତି କ’ଣ ରହିଛି ତାହାର ମଧ୍ୟ ଜବାବ ଦିଅନ୍ତୁ ବୋଲି କହିଛନ୍ତି କେ.ଭି ।

ସେପଟେ କେ.ଭି ସିଂ ଦେଓଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେ.ଭିଙ୍କ ସମସ୍ତ ଆରୋପ ଉପରେ ନବୀନ ହସି ହସି କହିଛନ୍ତି ଯେ, “କେ.ଭି ଆଣିଥିବା ଅଭିଯୋଗ ‘ଆବ୍‌ସୋଲ୍ୟୁଟ୍‌ଲି ନନ୍‌ସେନ୍ସ’ ସମ୍ପୂର୍ଣ୍ଣ ଭୂଲ ଏବଂ ଅଯୌକ୍ତିକ ଟିପ୍ପଣୀ ।” ତେବେ କୋଲକାତାରେ ଚିଟଫଣ୍ଡ ଆଉ ସିବିଆଇ ଓ ପୋଲିସ ବିବାଦ ମୁଣ୍ଡ ଟେକିଥିବାବେଳେ ରାଜ୍ୟରେ ମଧ୍ୟ ନିର୍ବାଚନ ପୂର୍ବରୁ ସିିବିଆଇ ଆଉ ଚିଟଫଣ୍ଡ ପ୍ରସଙ୍ଗ ବିଭିନ୍ନ ରାଜନୈତିକ ଦଳର ମୁଦ୍ଦା ପାଲଟିଛି ।