ନିଲମ୍ବିତ ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ଘଟଣା : ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେପି

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନିଲମ୍ବିତ ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ମମାଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେପି । ଖୋଦ୍ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ଥିଲାବେଳେ ହୋମଗାର୍ଡଙ୍କ ଆତ୍ମାହୁତି ଘଟଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଉଛି ବୋଲି ବିଜେପି ଅଭିଯାଗ କରିଛି । ସନ୍ଦୀପ ହାତୀଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଆଗାମୀ ୧୪ତାରିଖରେ ଲୋୟର ପିଏମଜିରେ ଲଜ୍ଜା ଦିବସ ପାଳିବ ବିଜେପି । ଅନ୍ୟାନ୍ୟ ପ୍ରସଙ୍ଗ ସହ ସନ୍ଦୀପ ହାତୀ ମୃତ୍ୟୁ ପ୍ରସଙ୍ଗରେ ଏହି ଲଜ୍ଜା ଦିବସ ପାଳନ କରାଯିବ ।