ଆଜି ଭଦ୍ରକ ବନ୍ଦ: ପ୍ରସ୍ତାବିତ ବୟନଶିଳ୍ପ ପାଇଁ ରାଜ୍ୟ ସରକାର ଜାଗା ଯୋଗାଣରେ ବିଳମ୍ବ କରୁଥିବା ଅଭିଯୋଗରେ ବିଜେପିର ବନ୍ଦ ପାଳନ

109

କନକ ବ୍ୟୁରୋ: ଆଜି ଭଦ୍ରକ ବନ୍ଦ । ଜିଲ୍ଲା ବିଜେପି ପକ୍ଷରୁ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପ୍ରଭାବ ଭଦ୍ରକ ସମେତ ଭଣ୍ଡାରୀ ପୋଖରୀରେ ଦେଖିବାକୁ ମିଳିଛି । ବିଜେପି କର୍ମୀମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରି ଗାଡି ମୋଟରକୁ ଅଟକ ରଖୁଛନ୍ତି । ଭଣ୍ଡାରୀ ପୋଖରୀରେ ପ୍ରସ୍ତାବିତ ବୟନଶିଳ୍ପ ପାଇଁ ରାଜ୍ୟ ସରକାର ଜାଗା ଯୋଗାଇବାରେ ବିଳମ୍ବ କରୁଛନ୍ତି । ଏହାର ପ୍ରତିବାଦରେ ଜିଲ୍ଲା ବିଜେପି ଆଜି ୬ ଘଂଟିଆ ଭଦ୍ରକ ବନ୍ଦ ପାଳନ କରୁଛି ।

ଭଦ୍ରକ ନିକଟରେ ୧୬ନଂବର ଜାତୀୟ ରାଜପଥକୁ ଅବରୋଧ କରାଯାଇଥିବା ବେଳେ ଭଣ୍ଡାରୀପୋଖରୀ ଛକ ନିକଟରେ ମଧ୍ୟ ରାସ୍ତାରୋକ କରାଯାଇଛି । ମଂଜୁରୀ ରୋଡ ଷ୍ଟେସନ ଠାରେ ଯାଜପୁର ଲୋକାଲକୁ ବିଜେପି କର୍ମୀ ଅଟକ ରଖିଛନ୍ତି । ସେହିପରି ଭଦ୍ରକରେ ଭଦ୍ରକ-ପାଲାସା ଟ୍ରେନକୁ ମଧ୍ୟ ବିଜେପି କର୍ମୀ ଅଟକ ରଖିଥିବାରୁ ଯାତ୍ରୀ ହଇରାଣ ହୋଇଛନ୍ତି ।