‘ନମୋ ମନ୍ତ୍ର’ ଦ୍ୱାରା ଆକର୍ଷିତ ହେବେ କି ଭୋଟର ? ନିର୍ବାଚନ ଜିତିବା ପାଇଁ ବିଜେପିର ସ୍ୱତନ୍ତ୍ର ରଣନୀତି

145

କନକ ବ୍ୟୁରୋ : ହିନ୍ଦି ବେଲ୍ଟର ୩ ରାଜ୍ୟରେ ପରାଜୟ ପରେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନରେ ୨୦୧୪ ପରି ସଫଳତା ଦୋହରାଇବା ପାଇଁ ବିଜେପି ଜୋରଦାର ପ୍ରୟାସ ଚଳାଇଛି । ମିଶନ୍ ୱିଥ୍ ନମୋ ଓ ପହଲା ଭୋଟ ମୋଦିଙ୍କୁ ଅଭିଯାନ ଜରିଆରେ ଯୁବକ ଓ ପ୍ରଥମ ଥର ଭୋଟ ଦେଉଥିବା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛି ।

ଆଉ କିଛି ମାସ ପରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ନିଜର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଛି । ମହିଳା, କୃଷକ, ଦଳିତ ଓ ସୈନିକଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରି ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ କୃଷକ କୁମ୍ଭ, ବିରସା ଗ୍ରାମ ସଭା, ଉଜ୍ଜଳା ରୋଷେଇ କାର୍ଯ୍ୟକ୍ରମଗୁଡ଼ିକ ବଢ଼ାଇବା ପାଇଁ ପ୍ରୟାସ ଜାରି ରହିଛି । ମିିଶନ୍ ୱିଥ୍ ନମୋ ଭଲେଣ୍ଟିୟର ଜରିଆରେ ଦେଶରେ ୫୦ ଲକ୍ଷ ଯୁବଗୋଷ୍ଠୀଙ୍କୁ ସଂକଳ୍ପ ଦିଆଯିବ । ଏହାସହ ପାର୍ଟି ୧୫ ଜାନୁୟାରୀରୁ ୧୦ ଫେବୃୟାରୀ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ୟୁନିଭର୍ସିଟିରେ ଯୁବ ସଂସଦ କାର୍ଯ୍ୟକ୍ରମ ଆୟୋଜିତ କରିବ ।

MODI

କୃଷକଙ୍କୁ ଯୋଡ଼ିବା ପାଇଁ ଦଳ ତିନୋଟି ସ୍ତରରେ କାମ କରୁଛି । କେନ୍ଦ୍ରୀୟ ଓ ରାଜ୍ୟ ଟିମ୍ ସହ ଜିଲ୍ଲା ସ୍ତରୀୟ ଟିମକୁ ମଧ୍ୟ କାମରେ ଲଗାଯାଇଛି । ଏହାସହ ପଂଚାୟତ ସ୍ତରରେ କୃଷକ କୁମ୍ଭ ଗ୍ରାମସଭା କାର୍ଯ୍ୟକ୍ରମର ମଧ୍ୟ ଆୟାଜନ ହେବ । ଦଳ ସମସ୍ତ ବୁଥରେ ପାଖାପାଖି ୨ ଡ଼ର୍ଜନ କାର୍ଯ୍ୟକର୍ତ୍ତାଙ୍କ ଟୋଲି ତିଆରି କରିଛି । ଆଉ ସେମାନେ ଦୋକାନୀ, ଛୋଟ ମୋଟ କାମ କରୁଥିବା ବ୍ୟକ୍ତିିଙ୍କ ସହ ସମ୍ପର୍କ କରିବେ ।

ହିନ୍ଦି ବେଲ୍ଟରେ ହୋଇଥିବା ପରାଜୟ ପାଇଁ ଦଳ ପୂର୍ବ ଓ ପୂର୍ବାଂଚଳ ରାଜ୍ୟରୁ ଅଭିଯାନ ଆରମ୍ଭ କରିବ । ଆଉ ଏହି ପ୍ରଧାନମନ୍ତ୍ରୀ ମୋଦି କେରଳ, ପଶ୍ଚିମବଙ୍ଗ, ଓଡ଼ିଶା, ତେଲେଙ୍ଗାନା , ଆନ୍ଧ୍ର ପ୍ରଦେଶ ଓ ଅନ୍ୟ ପୂର୍ବାଂଚଳ ରାଜ୍ୟଗୁଡ଼ିକରେ ଅଧିକ ରାଲି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ଅଂଚଳରେ ଲୋକସଭାର ୧୨୨ ସିଟ ଆସୁଛି । ନିର୍ବାଚନରେ କୃଷକ ଓ କୃଷି କ୍ଷେତ୍ରକୁ ମୁଖ୍ୟ ମୁଦ୍ଦା କରାଯାଉଛି । ଏପରିସ୍ଥଳେ କୃଷକଙ୍କ ପରିବାର ପର୍ଯ୍ୟନ୍ତ ବଡ଼ ସ୍ତରରେ ପ୍ରଚାର କରିବା ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଛନ୍ତି ।

https://www.financialexpress.com

ନୂଆ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ଯୁବମୋର୍ଚ୍ଚା ଉପରେ ସମସ୍ତ ଦାୟିତ୍ୱ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୮ ବର୍ଷିୟ ନୂଆ ଯୁବ ଭୋଟରଙ୍କୁ ସମ୍ପର୍କ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ବିଜେପି ଯୁବ ମୋର୍ଚ୍ଚା ଅଭିଯାନର ନାରା ରଖିଛନ୍ତି, ମୋଦିଙ୍କୁ ମୋର ପ୍ରଥମ ଭୋଟ୍ । ଆଉ ଏହି ସମୟରେ ଯୁବ ଭୋଟରଙ୍କୁ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ସମ୍ମନ୍ଧରେ ସୂଚନା ଦିଆଯିବ । ଆଉ ଏହି ସମୟରେ ବିଜେପିକୁ ଭୋଟ ଦେବା ପାଇଁ ଅପିଲ୍ କରାଯିବ । କେନ୍ଦ୍ର ସରକାରଙ୍କ ଷ୍ଟାଟ୍ ଅପ୍ ଯୋଜନା ବିଷୟରେ ଅଧିକ ଚର୍ଚ୍ଚା କରାଯିବ । ଏହା ବ୍ୟତୀତ ଅନଲାଇନ୍ ଟ୍ରେଡ଼ିଂକୁ ନେଇ ଯୁବଗୋଷ୍ଠୀଙ୍କ ବିଷୟରେ ଆଲୋଚନା କରାଯିବ ।