ମାତ୍ର ୧୧ଟଙ୍କା ଖର୍ଚ୍ଚ କଲେ, ମିଳିବ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା କଭର ।

522

ଅଧିକାଂଶ ଲୋକେ ନିଜର ଏବଂ ନିଜ ପରିବାର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ତ କରିଦିଅନ୍ତି ହେଲେ ନିଷ୍ପତି ନେଇପାରନ୍ତି ନାହିଁ କି କେଉଁ କଂପାନୀର ବୀମା ତାଙ୍କ ପାଇଁ ବେଷ୍ଟ ରହିବ । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କୁ ଗୋଟିଏ ହିଁ ଜାଗାରେ ବହୁତ ସାରା ବୀମା କଂପାନୀଗୁଡିକର ପ୍ଲାନର ପୂରା ଡିଟେଲ ମିଳିଯିବ ତେବେ ଆପଣଙ୍କର ଏହି କାମ ଅତି ସହଜ ହୋଇଯିବ । ତେଣୁ ଏଥିପାଇଁ Quickbima.com ୱେବସାଇଟ୍ ଆପଣଙ୍କ କାମରେ ନିଶ୍ଚୟ ଆସିପାରେ । ଏଥିରେ ଆପଣ ପ୍ରତିଟି ବଡ ବଡ ବୀମା କଂପାନୀମାନଙ୍କର ବିଭିନ୍ନ ପ୍ରକାରର ପ୍ଲାନଗୁଡିକୁ ତୁଳନା କରି ନିଜ ପାଇଁ ସବୁଠାରୁ ଭଲ ପ୍ଲାନଟିଏ ଚୟନ କରିପାରିବେ ।

ପ୍ରତିଦିନ ୧୧ଟଙ୍କା ଦେଇ ଆରମ୍ଭ କରନ୍ତୁ ଏହି ପ୍ଲାନ

ଏଥିରେ HDFC ERGO, Religare, Royal Sundaram, Apollo Munich, Aditya Birla Capital ସମେତ ଅନେକ କଂପାନୀମାନଙ୍କର ବିଭିନ୍ନ ପ୍ରକାରର ଇନସ୍ୟୁରାନ୍ସ ପ୍ଲାନ ଉପଲବ୍ଧ । ଏଥି ମଧ୍ୟରୁ ଆପଣ ବୀମା ଅବଧିରୁ ଆରମ୍ଭ କରି ପ୍ରିମିୟମ ପର୍ଯ୍ୟନ୍ତ ହିସାବରେ ନିଜ ପାଇଁ ଏକ ଭଲ ପ୍ଲାନ ଚୟନ କରିପାରିବେ ।

ଏଥିରେ ଜଣେ ବ୍ୟକ୍ତି ପାଂଚ ଲକ୍ଷ ଟଙ୍କାର ହେଲ୍ଥ କଭର ଉପରେ ୧୧ ଟଙ୍କା ପ୍ରତିଦିନ ହିସାବରେ ପ୍ରିମିୟମ ଆରମ୍ଭ କରିପାରିବେ । ସେହିପରି ପରିବାର ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କଭର ପାଇବା ପାଇଁ ହେଲେ ଆପଣଙ୍କୁ ପ୍ରତିଦିନ ୧୯ ଟଙ୍କା ପ୍ରିମିୟମ ବାବଦକୁ ଦେବାକୁ ପଡିବ ।

ତେବେ ଏହି ୱେବସାଇଟରେ ଆପଣଙ୍କୁ କେବଳ ନିଜର କିଛି ଡିଟେଲ ଭରିବାକୁ ପଡିବ । ଯେପରିକି ନାମ, ବୟସ, ଲିଙ୍ଗ, ମୋବାଇଲ ନମ୍ବର ଏବଂ ଇ-ମେଲ ଆଡ୍ରେସ ଦେବାକୁ ହେବ । ଏହାପରେ ଏଥିରେ ଆପଣଙ୍କ ହିସାବରେ ପ୍ଲାନ ନଜର ଆସିବ । ଗୋଟିଏ ଜାଗାରେ ହିଁ ବହୁତ ସାରା ପ୍ଲାନ ରହିବା କାରଣରୁ ଆପଣଙ୍କ ପାଇଁ ଏଗୁଡିକୁ ତୁଳନା କରିବା ବହୁତ ସହଜ ହେବ ।