ଆସିଲା ପାରାଦୀପ ଓ ପଟ୍ଟାମୁଣ୍ଡାଇ ୱାର୍ଡ ଉପନିର୍ବାଚନର ଫଳ ! ବାଜି ମାରିଲା ବିଜେଡି, ପରାଦୀପରେ ବିଜେପି ଓ ପଟ୍ଟାମୁଣ୍ଡାଇରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ

28

କନକ ବ୍ୟୁରୋ: ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡ ଓ ପଟ୍ଟାମୁଣ୍ଡାଇର ୧୭ ନମ୍ବର ୱାର୍ଡ ଉପନିର୍ବାଚନରେ ବିଜେଡିର ବାଜିମାତ । ପାରାଦୀପରେ ୬ ନମ୍ବର ୱାର୍ଡରେ ରଶ୍ମିତା ଦାସ ବିଜେପିର ଗାୟତ୍ରୀ ନାୟକଙ୍କୁ ହରାଇଛନ୍ତି । ଗାୟତ୍ରୀ ନାୟକଙ୍କୁ ୫୮ ଭୋଟରେ ହରାଇଛନ୍ତି ରଶ୍ମିତା ଦାସ । ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡର କାଉନସିଲର ମଞ୍ଜୁଲତା ଜେନାଙ୍କର ଗତବର୍ଷ ମେ ୩୦ ତାରିଖରେ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା । ସେହିପରି  ପଟ୍ଟାମୁଣ୍ଡାଇର ୧୭ ନମ୍ବର ୱାର୍ଡରେ ରଣଜିତ ମଳିକ ବିଜୟୀ ହୋଇଛନ୍ତି । କଂଗ୍ରେସକୁ ୯୨ ଖଣ୍ଡ ଭୋଟରେ ହରାଇ ରଣଜିତ ବିଜୟୀ ହୋଇଛନ୍ତି ।

ସୂଚନା ମୁତାବକ, ପାରାଦୀପର ୬ ନମ୍ବର ଓ୍ଵାର୍ଡରେ ଖାଲି ପଡ଼ିଥିବା ପଦବୀ ନିମନ୍ତେ ଗତକାଲି ଭୋଟଗ୍ରହଣ କରାଯାଇଥିଲା । ଏଠାରେ କାଉନସିଲର୍ ଥିବା ମଞ୍ଜୁଲତା ଜେନାଙ୍କ ଦେହାନ୍ତ ପରେ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେଡିରୁ ରଶ୍ମିତା ଦାସ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଗାୟତ୍ରୀ ନାୟକ ଓ କଂଗ୍ରେସରୁ କଳ୍ପନା ବେହେରା ପ୍ରାର୍ଥୀ ହୋଇଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ଏହି ଓ୍ଵାର୍ଡର ଉପନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡା. ଦାମୋଦର ରାଉତ ମନ୍ତ୍ରୀ ପଦରୁ ଯିବା ପରେ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା ।