ଦୁର୍ବଳ ହେଉଛି ବିରୋଧୀ ଦଳ ! ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ଟ୍ୱିଟ୍

43

କନକ ବ୍ୟୁରୋ : ଭାଗ ଭାଗ ହୋଇଯିବ ବିଜେଡି । ଜାତୀୟ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ଏଭଳି ଆଶଙ୍କା କରିଛନ୍ତି । ଟ୍ୱିଟ୍ କରି ରାଜଦୀପ ଲେଖିଛନ୍ତି, ଏଆଇଏଡିଏମକେ ପରେ ଏବେ ପାଳି ବିଜେଡିର । ସେପଟେ ରାଜଦୀପଙ୍କ ଟ୍ୱିଟକୁ ନେଇ ରାଜ୍ୟ ରାଜନୀତି ସରଗରମ । ବିଜେପି କହିଛି, କେଉଁ ଦଳକୁ ଭାଂଗିବା ବିଜେପିର ଲକ୍ଷ୍ୟ ନୁହେଁ । ତେବେ ବିଜେଡିରେ ଅନ୍ତଦ୍ୱନ୍ଦ୍ୱ ଯୋଗୁଁ, ଦଳ ଆପେ ଆପେ ଭାଂଗିଯିବ ।