କଳି ଲଗାଇଲା କିରୋସିନ୍ ! ଆସନ୍ତାକାଲି ରାଜଭବନ ଘେରିବ ବିଜେଡି

32

କନକ ବ୍ୟୁରୋ : ରାଜ୍ୟ ସରକାର ଯଦି କିରୋସିନ୍ କଳାବଜାରି ବଢାଇବାକୁ ଚାହୁଁଛନ୍ତି, ତେବେ ମୁଁ କିଛି କହିପାରିବି ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲିଠାରୁ ବିଜେଡି କେନ୍ଦ୍ର କିରୋସିନ୍ କୋଟା କମିବା ପ୍ରତିବାଦରେ ଆନ୍ଦୋଳନ କରିବ । ତିନି ଦିନ ଧରି ବିଜେଡି କରିବାକୁ ଥିବା ଏହି ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖି ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

କଳାବଜାରୀ ଯୋଗୁଁ ରାଜସ୍ୱ ମଧ୍ୟ ହାନୀ ହୋଇଥାଏ । ଏନେଇ ଦେଶର ସମସ୍ତ ରାଜ୍ୟ ଚିନ୍ତା ପ୍ରକଟ କରୁଥିବା ବେଳେ ଓଡିଶା ସରକରାଙ୍କ ମନ୍ତ୍ରୀ ମାନେ ଏହାକୁ କିପରି ବୁଝିପାରୁନାହାନ୍ତି ବୋଲି ଧର୍ମେନ୍ଦ୍ର ପାଲଟା ପ୍ରଶ୍ନ କରିଛନ୍ତି । ସେପଟେ ଏହାର ଜବାବ ରଥିଛି ବିଜେଡି । ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ କଥା ସତ୍ୟ ଓ ତଥ୍ୟ ଆଧାରିତ ନୁହେଁ । ଏହାସହ ରାଜସ୍ୱ ବିଷୟରେ ଚିନ୍ତା ଥିଲେ ସାରା ଦେଶରୁ କିରୋସିନ କୋଟା ବନ୍ଦ କରିଦିଅନ୍ତୁ ବୋଲି କହିଛନ୍ତି ପ୍ରତାପ ଦେବ ।