ବିଜେଡିର ଗହମ ରାଜନୀତି

23

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ :ବିଜେଡିର ଗହମ ରାଜନୀତି । ବିରୋଧୀଙ୍କୁ କାଂଉଟର ପାଇଁ ଇସ୍ୟୁ ଖୋଜୁଛି ବିଜେଡି । ଗୋଟିଏ ପଟେ ମନ୍ତ୍ରୀ ସଂଜୟ ଦାସବର୍ମା ଓ ଜଷ୍ଟିସ ଦାସଙ୍କ ଇସ୍ତଫା ଦାବିରେ ଗୃହ ବାରମ୍ବାର ଅଚଳ । ଆଉ ଅନ୍ୟପଟେ ବିରୋଧୀଙ୍କୁ କାଉଂଟର କରିବାକୁ ବିଜେଡି ଆପଣାଇଛି ଗହମ ରାଜନୀତି । ମନ୍ତ୍ରୀ ସଂଜୟ ଦାସବର୍ମା ଓ ଜଷ୍ଟିସ ଦାସଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ବ୍ୟାକଫୁଟରେ ଅଛି ଶାସକ ଦଳ । ଏହାରି ଭିତରେ ବିରୋଧୀଙ୍କୁ ମାତ୍ ଦେବାକୁ ଇସ୍ୟୁ ଖୋଜୁଛି ବିଜେଡି ।
ଆଉ ଏନେଇ ମନ୍ତ୍ରୀ ବିଧାୟକ ସମସ୍ତେ ଓହ୍ଲାଇ ଆସିଛନ୍ତି ରାସ୍ତାକୁ । ଆଉ ନାରା ଦେଇଛନ୍ତି ‘ଓଡିଆ ପେଟରେ ନାତ, କେନ୍ଦ୍ର ଛଡାଇନେଲେ ଆମ ଭାତ’ । କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ନେଇ ପୁଣି ଉଠିଲା ବିଜେଡି । ତେବେ ପ୍ରଶ୍ନ ଉଠୁଛି ପ୍ରକୃତରେ ଓଡିଶାବାସୀଙ୍କ ପାଇଁ ବିଜେଡି ଲଢିବାକୁ ବାହାରିଛି ନା ବିରୋଧୀଙ୍କ ମୁକାବିଲା ଇସ୍ୟୁ ଖୋଜୁଛି ଦଳ । ଦଳର କହିବା କଥା, ଖାଦ୍ୟ ସୁରକ୍ଷା ଆଇନ୍ ବ୍ୟବସ୍ଥାରେ କେନ୍ଦ୍ର ଅଧିକ ଚାଉଳ ଦେଉ, ଗହମ ଦରକାର ନାହିଁ । ଗୋଟିଏ ପଟେ ବିଧାନସଭାରେ ସଞ୍ଜୟ ଦାସବର୍ମା ପ୍ରସଙ୍ଗ ଜୋର ଧରିଥିବା ବେଳେ ଏ ପଟେ ବିଜେଡିର ଗହମ କଥା ଖୋଜୁଛନ୍ତି ସଂଜୟ ।
ଗୋଟିଏ ପଟେ ଚିଟଫଣ୍ଡ ପ୍ରସଙ୍ଗରେ ବିଧାନସଭା ଅଚଳ ଓ ଅନ୍ୟପଟେ ମୋଦି ସରକାରଙ୍କୁ ବିଜେଡିର ଟାର୍ଗେଟ । ଲୋକଙ୍କ ପାଇଁ କାହାର ଦରଦ କେତେ ତାହା ପ୍ରମାଣିତ କରିବାକୁ ପ୍ରତିଯୋଗିତା ।