କେନ୍ଦ୍ର ଉପରେ ବର୍ଷିଲା ବିଜେଡି ! କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବିଜେଡିର ପ୍ରଶ୍ନ , ୨୦୧୪ ପ୍ରତିଶ୍ରୁତି ଗଲା କୁଆଡ଼େ ?

173

କନକ ବ୍ୟୁରୋ: ପ୍ରତିଶ୍ରୃତି ସମାବେଶକୁ ନେଇ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟର୍ଗେଟ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି,  ଧର୍ମେନ୍ଦ୍ର ହେଉଛନ୍ତି ଅଭ୍ୟାସଗତ ମିଛୁଆ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ୨୦୧୪ରେ ଦେଇଥିବା ପ୍ରତିଶୃତି ପାଳନ ନ କରି ଏବେ ସମାବେଶ କରୁଛନ୍ତି ।  ପ୍ରଥମେ ଦେଇଥିବା ପ୍ରତିଶ୍ରୃତି କେବେ ପାଳନ କରିବେ ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛି ବିଜେଡି । ଧର୍ମେନ୍ଦ୍ରଙ୍କୁ ୩ଟି ପ୍ରଶ୍ନ ପଚାରିଛି ଦଳ ।

ଏହା ସହ  କେନ୍ଦ୍ରକୁ ପୁଣିଥରେ ଟାର୍ଗେଟ କରିଛି  ବିଜେଡି ।  ସ୍ୱତନ୍ତ୍ର ରାଜ୍ୟପାହ୍ୟା , କୃଷି ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟକୁ କେନ୍ଦ୍ର ପ୍ରତାରଣା କରିଛି ବୋଲି ଅଭିଯୋଗ ଆଣିଛି ବିଜେଡି । ନିଯୁକ୍ତ କ୍ଷେତ୍ରରେ ପ୍ରତିଶ୍ରୃତି ରକ୍ଷା କରିପାରିନି ବିଜେପି । ବିଭିନ୍ନ କ୍ଷେତ୍ରରେ ବିଜେପିି ପ୍ରତିଶ୍ରୃତି  ପ୍ରତାରଣାରେ ପାଲଟିଛି ।  ବ୍ରାହ୍ମଣୀ ବ୍ରିଜ୍ ପ୍ରତିଶ୍ରୁତି ଗଲା କୁଆଡ଼େ ବୋଲି ସଂଜୟ ଦାସବର୍ମା ପ୍ରଶ୍ନ କରିଛନ୍ତି । ୨୦୧୪ ପ୍ରତିଶ୍ରୁତିକୁ ପାଳନ ନକରି ଆଉଥରେ ପ୍ରତିଶ୍ରୃତି ଦେବା ଲଜ୍ଜାଜନକ ।  ଇସ୍ତାହାରରେ ସ୍ୱତନ୍ତ୍ର ପାହ୍ୟା କଥା ଲେଖାଥିଲା । କିନ୍ତୁ ଏହା ପାଳନ କରାଯାଇନାହିଁ । ରାଜ୍ୟର ଦାବି ସତ୍ୱେ ଶିଳ୍ପ କରିଡରରେ  ଓଡିଶାକୁ ସଂଯୁକ୍ତ କରାଯାଇନି ।

BJD-BJPକେନ୍ଦ୍ର ସରକାର ବାରମ୍ବାର ରାଜ୍ୟକୁ ପ୍ରତାରିତ କରିଆସୁଛନ୍ତି । ନିର୍ବାଚନ ପାଖେଇ ଆସିଲେ କେନ୍ଦ୍ର ଓ ରାଜ୍ୟରେ ବିଜେପି ନେତାମାନେ ରାଜ୍ୟବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । କେବଳ ଭୋଟ୍ ବ୍ୟାଙ୍କ ହାତେଇବା ପାଇଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ।