ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ବିରୋଧରେ ବିଜେଡିର ଗର୍ଜନ ସମାବେଶ

24

ନବରଙ୍ଗପୁର : ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ବିରୋଧରେ ବିଜେଡିର ଗର୍ଜନ । ପ୍ରଦୀପଙ୍କ ପରିବାର ସହିତ ସିସୋର ଗୃପର ସମ୍ପର୍କକୁ ନେଇ ନବରଙ୍ଗପୁର ମୁଖ୍ୟ ରାସ୍ତାରେ ମନ୍ତ୍ରୀ ରମେଶ ମାଝୀଙ୍କ ନେତୃତ୍ୱରେ ବିଜେଡି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ପ୍ରଦୀପ ମାଝୀଙ୍କ କୁଶପୁତଳିକା ଦାହ କରାଯାଇଛି । ୨ ଦିନ ତଳେ ସିସୋର ଆକାଉଂଟରୁ ପ୍ରଦୀପ ମାଝୀଙ୍କ ବାପା ଭଗବାନ ମାଝୀ ଓ ଭାଇ ପ୍ରସନ୍ନ ମାଝିଙ୍କ ଆକାଉଂଟକୁ କୋଟିଏ ଟଙ୍କା ଟ୍ରାନ୍ସଫରକୁ କରାଯାଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ସିସୋର ଚିଟଫଣ୍ଡ ଘଟଣାରେ ପ୍ରଦୀପ ମାଝୀଙ୍କ ପରିବାରକୁ ସିବିଆଇ ତଦନ୍ତ ପରିସରଭୁକ୍ତ କରୁ ବୋଲି ଦାବି କରିଛନ୍ତି ମନ୍ତ୍ରୀ ରମେଶ ମାଝୀ । ତେବେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି । ନ୍ୟୁଜ୍ ସହ ଦେଖନ୍ତୁ ଏହି ଭିଡିଓ :