ଦ୍ୱିତୀୟ ଦିନରେ ବି ଅଚଳାବସ୍ଥା ବିଧାନସଭା : ବିଧାନସଭା ପରିସରରେ ବିଜେଡି ବିଧାୟକଙ୍କ ଧାରଣା

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ବିଧାନସଭା ବନ୍ଦ କଲା ବିଜେଡି । ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ କେନ୍ଦ୍ର ଓଡିଶା ପ୍ରତି ଅବହେଳା କରୁଛି ବୋଲି ଅଭିଯୋଗ ଆଣି ଶାସକ ଦଳ ବିଧାୟକମାନେ ହୋହଲ୍ଲା କରିଛନ୍ତି । ଏଥିସହ ବିଜେଡି ବିଧାୟକ ମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ବସି ଧାରଣା ଦେଇଛନ୍ତି । ଗତକାଲି ମଧ୍ୟ ବିଧାନସଭା ଆରମ୍ଭ ହେବା ମାତ୍ରେ ଶାସକ ଦଳର ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିବାରୁ ବିଧାନସଭାକୁ ମୁଲତବୀ ରଖାଯାଇଥିଲା । ଆଜି ଶାସକ ଦଳର ବିଧାୟକମାନେ କହିଛନ୍ତି ବର୍ତମାନ ମହାନଦୀ ଏବଂ ପୋଲାଭରମ୍ ସବୁଠାରୁ ବଡ ପ୍ରସଙ୍ଗ । କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଦାବି କରିଛି ।