ପୁଣି ଅଶାନ୍ତ ବିଜେବି କଲେଜ ! ହଷ୍ଟେଲ ଛାତ୍ରଙ୍କୁ ଅଣଛାତ୍ରଙ୍କ ମାଡ ପ୍ରତିବାଦରେ କ୍ୟାମ୍ପସରେ ଉତ୍ତେଜନା

37

କନକ ବ୍ୟୁରୋ : ପୁଣି ଅଶାନ୍ତ ହୋଇଉଠିଛି ବିଜେବି କଲେଜ । କଲେଜରେ ବ୍ୟାପକ ଭଂଗାରୁଜା ଏବଂ ପୋଡାଜଳା ଯୋଗୁଁ ଉତେଜନା ଦେଖିବାକୁ ମିଳିଛି । ହଷ୍ଟେଲ ଛାତ୍ରଙ୍କୁ ଅଣଛାତ୍ରଙ୍କ ମାଡ ପ୍ରତିବାଦରେ କ୍ୟାମ୍ପସରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଭୁବନେଶ୍ୱର ବିଜେବି କଲେଜ ସମ୍ମୁଖ ରାସ୍ତାରେ ଆଜି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ ।

ଗତକାଲି ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କୁ ଅଣଛାତ୍ରମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ କ୍ୟାମ୍ପସ ସାମ୍ନା ରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । ରାସ୍ତା ଅବରୋଧ କରିଥିଲେ । ଆଜି ଉତେଜନା ଅଧିକ ହୋଇଥିଲା । ରାସ୍ତାକୁ ଓହ୍ଲାଇଥିଲେ ଶହ ଶହ ଛାତ୍ରଛାତ୍ରୀ । ରାସ୍ତାରୋକ କରିଥିଲେ । ଏପରିକି କ୍ୟ।।ମ୍ପସରେ ଭଂଗାରୁଜା କରିଥିଲେ ।

ପରେ ପୋଲିସ ଘଟଣାସ୍ଥଳରେ ପହଁଚି ଛାତ୍ରଙ୍କୁ ବୁଝାସୁଝା କରିଛି । ହିଂସା ଅଭିଯୋଗରେ ୧୦ ଜଣ ଛାତ୍ରଙ୍କୁ ଅଟକ ରଖାଯାଇଛି । ସେପଟେ ହିଂସା ଆଶଙ୍କାରେ ଆସନ୍ତା ୩୦ ତାରିଖ ଯାଏଁ କଲେଜରେ ସାଇନ-ଏ-ଡାଏ ଘୋଷଣା କରିଛନ୍ତି କଲେଜ ଅଧ୍ୟକ୍ଷ । ତୁରନ୍ତ ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କଲେଜରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବାରୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।