ଓଡିଶାରେ ପୁଣି ବାର୍ଡ ଫ୍ଲୁ ଆତଙ୍କ : ଖୋର୍ଦ୍ଧା କେରଙ୍ଗରେ ଆଜିଠୁ କୁକୁଡା ମରା ଅଭିଯାନ

41

ଖୋର୍ଦ୍ଧା : ପୁଣି ଫେରିଲା ବାର୍ଡ ଫ୍ଲୁ । ଆଜିଠାରୁ ଖୋର୍ଦ୍ଧା ଜିଲ୍ଳା କେରଙ୍ଗରେ କୁକୁଡା ମାରିବା ଅଭିଯାନ ଆରମ୍ଭ ହେବା ଏନେଇ ଏକ କେନ୍ଦ୍ରୀୟ ଟିମ୍ ମଧ୍ୟ ଓଡ଼ିଶା ଆସୁଛନ୍ତି । କେରଙ୍ଗରେ ଏଚ୍୫ ଏନ୍୧ ଭୂତାଣୁ ଅର୍ଥାତ୍ ବାର୍ଡ ଫ୍ଲୁ ଭୁତାଣୁ ଚିହ୍ନଟ ହୋଇଛି ।

କେରଙ୍ଗରୁ ଭୋପାଲ ପଠାଯାଇଥିବା ନମୂନାର ରିପୋର୍ଟରେ ଏଚ୍୫ ଏନ୍୧ ଭୂତାଣୁ ଥିବା ସ୍ପଷ୍ଟ ହୋଇଛି । ଏହାକୁ ନେଇ କେରଙ୍ଗର ୧୦ କିଲୋମିଟର ଅଂଚଳରେ ସତର୍କ ସୂଚନା ଜାରି କରାଯାଇଛି । ଫଳରେ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି ।

କେରଙ୍ଗରେ ପ୍ରାଣୀ ଚିକିତ୍ସକଙ୍କ ଟିମ୍ ଡେରା ପକାଇଛନ୍ତି । ୮ଟି ଟିମ୍ ସ୍ଥାନୀୟ ଅଂଚଳରେ କୁକୁଡ଼ା ମାରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ଭୂତାଣୁ ଯେପରି ଅନ୍ୟ ଅଂଚଳକୁ ନବ୍ୟାପିବ ସେନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଏପଟେ ବର୍ଷ ସରି ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ନୂଆବର୍ଷ ପାଳନ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଏଭଳି ଏକ ସମୟରେ ବାର୍ଡ ଫ୍ଲୁ ଆତଙ୍କ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି ।