କିଏ ଜିତିବ ବିଜେପୁର ? କାଲି ଉପନିର୍ବାଚନର କାଉଟିଂ, ଦିନ ୧୨ଟା ସୁଦ୍ଧା ଆସିପାରେ ଫଳ

23

କନକ ବ୍ୟୁରୋ : କିଏ ଜିତିବ ବିଜେପୁର । ରାତି ପାହିଲେ ବିଜେପୁର ବିଧାନସଭା ଉପନିର୍ବାଚନର ହେବ ଭୋଟଗଣତି । ଏଥିପାଇଁ ରାଜନୈତିକ ଦଳ ଓ ନେତାଙ୍କ ହୃତସ୍ପନ୍ଦନ ବଢୁଥିବାବେଳେ ଲୋକଙ୍କ ବି ଉକ୍ରଣ୍ଠା ବି ବଢୁଛି । ବର୍ତ୍ତମାନ ସବୁ ଇଭିଏମକୁ ପଦ୍ମପରର ଅଂଚଳ କଲେଜରେ ରଖାଯାଇଛି । କାଲି ସକାଳ ୮ଟାରୁ ଭୋଟଗଣତି ହେବ । ଆଶା କରାଯାଉଛି, ୧୨ଟା ସୁଦ୍ଧା ବିଜେପୁରରେ କିଏ ମାରିବ ବାଜି ତାହା ସ୍ପଷ୍ଟ ହୋଇଯିବ । ସୁରକ୍ଷା ଦାୟିତ୍ୱରେ ଏକ କମ୍ପାନୀ ସିଆରପିଏଫ ମୁତୟନ ହୋଇଛନ୍ତି । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ହେଉଛି । ଏଠାରେ ବିଜେଡି,ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଥିଲେ । ବିଜେପିରୁ ଅଶୋକ ପାଣିଗ୍ରାହୀ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ଲଢୁଛନ୍ତି ପ୍ରଣୟ ସାହୁ । ୩ ଦଳ ପାଇଁ ବିଜେପୁର ଉପନିର୍ବାଚନ ଫଳାଫଳ ସମ୍ମାନର ପ୍ରଶ୍ନ ହୋଇଛି ।

ଆସନ୍ତାକାଲି ତଥା ଜଣାପଡିବ କାହା ମୁଣ୍ଡରେ ହାତୀ ସୁନାକଳସ ଢାଳୁଛି । ଗତ ୨୪ ତାରିଖରେ ବିଜେପୁରରେ ହୋଇଥିବା ଭୋଟିଂ । ମୋଟ ୭୭ ପ୍ରତିଶତ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ । ସୁବଳ ସାହୁଙ୍କ ପରେ କିଏ ନେବ ବିଜେପୁରର ନେତୃତ୍ୱ, ସେ ନେଇ କାଲି ଆସିଯିବ ଜନତାଙ୍କ ନିଷ୍ପତି । ବିଜେପୁର, ବରପାଲି ଏବଂ ଗାଏସିଲଟ୍ ତିନିଟି ଯାକ ବ୍ଲକରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । କିଏ ବନିବ ବିଜେପୁରର ବାଜିଗର ? କାହାକୁ ଦେଖିବାକୁ ପଡ଼ିବ ପରାଜୟର ମୁହଁ ? ସେ ନିଷ୍ପତି ନେଇ ସାରିଛନ୍ତି ଜନତା । ଆଉ ଆସନ୍ତା କାଲି ଜଣାପଡ଼ିବ- ବିଜେପୁର କାହାର ?