ବାହାଦୂର ଝିଅ ସରିତା ! ସାଇକେଲରେ ସାରା ଦେଶକୁ ଭ୍ରମଣ କରି ମହିଳାଙ୍କୁ କଲେ ସଚେତନ

40

ବିହାର : ଦେଶରେ ମହିଳାଙ୍କ ବିରୋଧରେ ବଢୁଥିବା ଅତ୍ୟାଚାରକୁ ଦେଖି ବିହାରର ଜଣେ ଯୁବତୀ ଏମିତି ଏକ ପ୍ରୟାସ କଲେ । ଯାହାକୁ ଦେଖି ସମସ୍ତେ ପ୍ରଶଂସା କରିବା ସହ ଏପରି କାର୍ଯ୍ୟକୁ ସଲାମ୍ କରିଛନ୍ତି । ମହିଳାଙ୍କ ବିରୋଧରେ ବଢୁଥିବା ହିଂସା ଓ ଅତ୍ୟାଚାରକୁ ଦେଖି ଏହି ଯୁବତୀ ଦେଶର ପାଖାପାଖି ୨୯ଟି ରାଜ୍ୟ ସାଇକେଲରେ ଘୂରିଥିଲେ । ଗାଁ ଗାଁ ଯାଇ ମହିଳାଙ୍କ ସୁରକ୍ଷା ପାଇଁ କରିଥିଲେ ସଚେତନ ।

ସୂଚନା ଅନୁସାରେ, ସରିତା ମହତୋ ନାମ୍ନୀ ବିହାରର ଛପରା ଜିଲ୍ଲାରେ ରହୁଥିବା ଏହି ଝିଅ ସାଇକେଲରେ ଯାତ୍ରା କରିଛନ୍ତି ଦେଶର ୨୯ଟି ରାଜ୍ୟ । ଦିଲ୍ଲୀରେ ହୋଇଥିବା ହୃଦୟଥରା ନିର୍ଭୟା କାଣ୍ଡରୁ ସେ ପାଇଥିଲେ ପ୍ରେରଣା । ଗାଁ ଗାଁ ଯାଇ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ସଚେତନ କରାଇଛନ୍ତି । ସରିତା ଦେଶ ଭ୍ରମଣ ସାରି ଗତକାଲି ବିହାରର ଅରରିୟା ଜିଲ୍ଲାରେ ପହଁଚିଥିଲେ । ଲୋକମାନେ ତାଙ୍କୁ ଜୋରଦାର୍ ସ୍ୱାଗତ କରିବା ସହ ତାଙ୍କର ସାହସକୁ ସଲାମ୍ କରିଥିଲେ ।

ସାଇକେଲରେ ଦେଶ ଭ୍ରମଣ କରିବାର ଏପରି ପଦକ୍ଷେପ କାହିଁକି ଉଠାଇଲେ ପ୍ରଶ୍ନର ଉତ୍ତରରେ ସରିତା କହିଛନ୍ତି , ପାଠପଢି ଏକ ଭଲ ଚାକିରୀ କରି ନିଜ ପରିବାରକୁ ପାଳିବାକୁ ଚାହିଁଥିଲି । ହେଲେ ଯେତେବେଳେ ଦିଲ୍ଲୀରେ ନିର୍ଭୟା କାଣ୍ଡ ଶୁଣିଲି , ଏହାପରେ ମୋର ମନରେ ପରିବର୍ତ୍ତନ ଆସିଲା । ମହିଳାମାନଙ୍କ ମନରେ ସୁରକ୍ଷା ଭାବ ସୃଷ୍ଟି କରିବା ପାଇଁ ମୁଁ ସାଇକେଲରେ ପୂରା ଦେଶ ବୁଲିବାକୁ ଚାହିଁଲି । ଆଉ ମୁଁ ଏଥିରୁ ବହୁତ ଖୁିସ ପାଇଛି ’ । ସରିତା ଏହି ଯାତ୍ର ୨୮ ଜାନୁୟାରୀରେ ଆରମ୍ଭ କରିଥିଲେ । ପ୍ରତିଦିନ ୧୦୦ କିଲୋମିଟରରୁ ଅଧିକ ସେ ସାଇକେଲ୍ ଚଲାଇ ମହିଳାଙ୍କ ପାଖରେ ପହଁଚୁଥିଲେ । ସେମାନଙ୍କୁ ସୁରକ୍ଷାର ସନ୍ଦେଶ ଦେଉଥିଲେ । ଆସନ୍ତା ୧୮ଜୁଲାଇରେ ସେ ପୂରା କରିବେ ସେ ପାଟନାର ଗାନ୍ଧୀ ମୈଦାନରେ ପହଁଚି ପୂରାକରିବେ ଏହି ଅଭିଯାନ । ଏହାପରେ ବିହାରର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ଭେଟି ଦେଶର ମହିଳାଙ୍କ ସମସ୍ୟା ବିଷୟରେ କହିବେ ।

ସରିତାଙ୍କର ଏହି ସାଇକେଲ ଯାତ୍ରାରେ ତାଙ୍କର ଜଣେ ସାଥୀ ତାଙ୍କ ସହ ଥିଲେ । ସେ କିନ୍ତୁ ଅଧିକ ବାଟ ତାଙ୍କ ସହ ଯାଇପାରିନଥିଲେ । କିଛି ଦିନ ସାଥୀ ହୋଇ ଗଲାପରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ସେ ଅଧାରୁ ଫେରିଥିଲେ । କିନ୍ତୁ ସରିତା ଏକୁଟିଆ ଏହି ଅଭିଯାନ ପୂରା କରିବାକୁ ସ୍ଥିର କରି ଆଗେଇଥିଲେ । ଆଉ ଏବେ ସୁଦ୍ଧା ୨୯ଟି ରାଜ୍ୟ ବୁଲିଛନ୍ତି ।

(ସୌଜନ୍ୟ- ୱାନ୍ ଇଣ୍ଡିଆ)