ସମୁଦ୍ରରେ ଉଠିଲା ୪.୯୭ ମିଟରର ସବୁଠାରୁ ବଡ ଲହଡି ! ରାସ୍ତାକୁ ଆସିଲା ପାଣି. ସତର୍କ କଲା ପାଣିପାଗ ବିଭାଗ ।

35

ରବିବାର ସମୁଦ୍ର କୂଳକୁ ଯାଉଥିବା ଲୋକମାନଙ୍କୁ ଓ ମତ୍ସ୍ୟଜୀବୀଙ୍କୁ ବିଏମସି ଚେତାବନୀ ଦେଇଛି । ପାଣିପାଗ ବିଭାଗ ପକ୍ଷରୁ ବିଏମସି ହାଇ ଆଲର୍ଟ ଜାରି କରି କହିଛି କି, ସମୁଦ୍ରରେ ଚଳିତ ବର୍ଷ ମନସୁନର ସବୁଠାରୁ ବଡ଼ ଲହଡିର ଆଶଙ୍କା ରହିଛି । ଏଥିପାଇଁ ଲୋକମାନେ ସବୁଦ୍ର କୂଳକୁ ଯିବାରୁ ନିଜକୁ ନିବୃତ୍ତ ରଖନ୍ତୁ । ଆଜି ଦ୍ୱିପହର ପ୍ରାୟ ୧.୫୦ ସମୟରେ ସମୁଦ୍ରରେ ସବୁଠାରୁ ବଡ଼ ଲହଡି ଉଠିଥିଲା । ଏହି ଲହଡି ୪.୯୭ ମିଟର ଥିବା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ, ଯଦି ଏହି ଲହଡି ସମୟରେ ବର୍ଷା ହୁଏ ତେବେ ଏହାର ପ୍ରଭାବରେ ମୁମ୍ବାଇ ବାସିନ୍ଦାଙ୍କୁ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିବ । ଲହଡି କାରଣରୁ ସହରରେ ଜମି ଥିବା ବର୍ଷା ପାଣି ସମୁଦ୍ର ଭିତରକୁ ଯାଇ ପାରେ ନାହିଁ । ଫଳରେ ତଳସ୍ତରରେ ଥିବା ଅଞ୍ଚଳରେ ପାଣି ଭରି ଯାଇଥାଏ । ଏଥିସହିତ ପାଣିପାଗ ବିଭାଗ ମୁମ୍ବାଇର ଅନେକ ଅଞ୍ଚଳରେ ଲଗାଣ ବର୍ଷା ନେଇ ପୂର୍ବାନୁମାନ କରିଛି । ସକାଳୁ ମୁମ୍ବାଇରେ ହାଲକା ବର୍ଷା ଜାରି ହୋଇଯାଇଛି । ଏନେଇ ପାଣିପାଗ ବିଭାଗ ହେଲ୍ପଲାଇନ ନମ୍ବର-୧୯୧୬ କିମ୍ବା ୧୦୧ ନମ୍ବର ଜାରି କରିଛି । ଉଲ୍ଲେଖଯୋଗ୍ୟ, ଶନିବାର ସମୁଦ୍ରରେ ଆସିଥିବା ଲହଡି ହେତୁ ୩୬୧ ଟନ୍ ଅଳିଆ ସମୁଦ୍ରକୂଳ ଓ ରାସ୍ତାକୁ ଆସି ଯାଇଥିଲା । ଗତକାଲି ସମୁଦ୍ରରେ ଦ୍ୱିତୀୟ ସର୍ବବୃହତ୍ତ ଲହଡି ୪.୯୬ମିଟର ଆସିଥିଲା ବୋଲି ରେକର୍ଡ କରାଯାଇଛି ।