ବଳାତ୍କାର କଲେ, ଯଜ୍ଞକୁଣ୍ଡରେ ଜିଅନ୍ତା ଜାଳିଦେଲେ ! ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କଲେ ୫ ନୃଶଂସ ।
ସୀମା ଟପିଗଲା ନୃଶଂସତା । ଜଣେ ୩୫ ବର୍ଷିୟା ମହିଳାକୁ ଗଣବଳାତ୍କାର କରିବା ପରେ ଜିଅନ୍ତା ଜାଳିଦେଲେ ଦୁର୍ବୁତ୍ତ । ନିକଟସ୍ଥ ମନ୍ଦିର ପରିସରରେ ଥିବା ଯଜ୍ଞକୁଣ୍ଡରେ ମହିଳାକୁ ଜାଳିଦେଇଥିବା ଦୃଶ୍ୟ ଦେଖିବାକୁ ମଳିଛି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲା ରାଜପୁରା ଥାନା ଅଞ୍ଚଳରେ।
Kanak News is now on WhatsApp
Join and get latest news updates delivered to you via WhatsApp
ପିଡିତା ସ୍ୱାମୀଙ୍କ କହିବା ମୁତାବକ ଗତକାଲି ରାତିରେ ତାଙ୍କ ସ୍ତ୍ରୀ ଘରେ ଏକାଥିଲେ । ସେହି ସମୟରେ ସେହି ଗାଁର ୫ଜଣ ନୃଶଂସ ବ୍ୟକ୍ତି ଘରକୁ ପଶି ବଳାତ୍କାର କରିଥିଲେ । ପରେ ଏହି ବିଷୟରେ କିଛି କହିବ। ପୂର୍ବରୁ ତାକୁ ସେହି ୫ଜଣ ନୃସଂଶମ ରାକ୍ଷସମାନେ ଗାଁ ନିକଟରେଥିବା ଏକ ମନ୍ଦିର ଯଜ୍ଞକୁଣ୍ଡରେ ଜିଅନ୍ତା ଜାଳିଦେଇଥିବା କାନ୍ଦି କାନ୍ଦି ପୋଲିକୁ ଜଣାଇଛନ୍ତି ପିଡିତାଙ୍କ ସ୍ୱାମୀ । ଏପରିକି ଗତ କିଛି ମାସ ହେବ ଏହି ୫ଜଣ ତାଙ୍କ ସ୍ତ୍ରୀକୁ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ ବୋଲି ପିଡିତାଙ୍କ ସ୍ୱାମୀ କହିଛନ୍ତି ।
ତେବେ ଘଟଣା ସ୍ଥଳରେ ରାଜପୁରା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛି । ଆଇପିସି ଧାରା ୩୭୬ଡି, ୩୦୨, ୨୦୧, ୧୪୭, ୧୪୮ ଏବଂ ୧୪୯ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସ୍ତାନୀୟ ପୋଲିସ । ତେବେ ସୁଚନା ମୁତାବକ ଘଟଣାରେ ସଂପୃକ୍ତ ଥିବା ସେହି ୫ଜଣ ନୃସଂଶ- ଆରାମ ସିଂହ, ମହାବୀର, ଚରଣ ସିଂହ, ଗୁଲ୍ଲୁ ଏବଂ କୁମାରପାଳ ବୋଲି ପୋଲିସ ଜାଣିବାକୁ ପାଇଛି । ହେଲେ ବର୍ତ୍ତମାନ ସେହି ୫ଜଣ ପୋଲିସ ପଞ୍ଝାରେ ପଡିବା ପୂର୍ବରୁ ଫେରାର ଅଛନ୍ତି । ସେପଟେ ଉତ୍ତର ପ୍ରଦେଶ ଏଡିଜିଙ୍କ କହିବା ମୁତାବକ ପୋଲିସ ହାତରେ କିଛି ଗୁରୁତ୍ପୂର୍ଣ୍ଣ ତଥ୍ୟ ଲାଗିଛି । ଯାହାଦ୍ୱାରା ପୋଲିସ ସେହି ୫ଜଣ ନୃସଂଶ ବଳାତ୍କାରଙ୍କୁ ଗିରଫ କରିବାପାଇଁ ଦୁଇଟି ଟିମ ଭାରେ ତଦନ୍ତ କରୁଛନ୍ତି । ମାମଲା ରୁଜୁହେବା ପରେ ଖୁବଶ୍ରୀଘ୍ର ଏହି ୫ଜଣଙ୍କୁ କାବୁ କରିବ ପୋଲିସ ବୋଲି ଏଡିଜି କହିଛନ୍ତି ।