ଭଜନ ସମ୍ରାଟ ଏବଂ କମ୍ ବୟସ୍କା ପ୍ରେମିକାଙ୍କ ସମ୍ପର୍କକୁ ଲାଗିଲା ନଜର! କହିଲେ ଆଜିଠାରୁ ଶେଷ ହେଲା ଆମ ସଂପର୍କ ।

42

ଟିଭିର ବିବାଦୀୟ ଶୋ’ ବିଗ ବସ-୧୨ ଏବେ ନୂଆ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଶୋ’ର ବହୁ ଚର୍ଚ୍ଚାରେ ଥିବା ଅନୁପ ଜଲୋଟା ଏବଂ ଜସଲିନ ମଥାରୁଙ୍କ ଯୋଡିକୁ ଏବେ ସତେ କାହାର ନଜର ଲାଗିଯାଇଛି । ସିଜିନ ଆରମ୍ଭରୁ ଏପର‌୍ୟ୍ୟନ୍ତ ଦୁହିଁଙ୍କୁ ହସି ଖେଳୁଥିବାର ଦେଖିବାକୁ ମିଳିଥିବା ବେଳେ ଦର୍ଶକ ମଧ୍ୟ ତାଙ୍କୁ ପସନ୍ଦ କରୁଛନ୍ତି । କିନ୍ତୁ ସୋମବାର ହୋଇଥିବା ନୋମିନେସନ ଟାକ୍ସ ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ଦେଖିବାକୁ ମିଳିଛି । ଟାକ୍ସରେ ଜସଲିନଙ୍କୁ ତାଙ୍କର ସବୁ ପୋଷାକ ଏବଂ ମେକଅପ ସାମଗ୍ରୀକୁ ବିଗ ବସଙ୍କୁ ଦେବା ପାଇଁ କୁହାଯାିଥିଲା ଏହା ବଦଳରେ ଅନୁପ ଜଲୋଟା ବନ୍ଦୀରୁ ମୁକ୍ତ ହୋଇଥାନ୍ତେ । ତେବେ ଜସଲିନ ଏପରି ନ କରିବାରୁ ଅନୁପଙ୍କ ହୃଦୟ ଭାଙ୍ଗି ଯାଇଥିଲା ।

 


ଶୋ’ର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅନୁପ ଜଲୋଟା ନିଜ କଷ୍ଟକୁ କହୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ସେ କହିଛନ୍ତି, ‘ସମସ୍ତ ମେମ୍ବରଙ୍କ ସାମ୍ନାରେ କହିବାକୁ ଚାହେଁ କାଲି ଜସଲିନ ଯେଉଁପରି ଭାବେ ଟାକ୍ସ ଖେଳିଲେ ମୋତେ ବହୁତ ଖରାପ ଲାଗିଲା । ସେ ନିଜ ପୋଷାକ, ମେକଅପ ମାମଗ୍ରୀ ପ୍ରତି ନିଜର ଭଲପାଇବା ଦର୍ଶାଇଲେ । ସେଥିପାଇଁ ମୁଁ ଏ ଯୋଡିକୁ ଭାଙ୍ଗିବା ପାଇଁ ଚାହେଁ । ମୁଁ ଏବେ ସିଙ୍ଗିଲ ହୋଇ ଖେଳିବି ।‘

ଏହାକୁ ନେଇ ଜସଲିନ ପଚାରିବାରୁ ସେ କହିଥିଲେ ଏପରି ଟାକ୍ସରେ ମଣିଷର ଗଭୀରତା ଜଣାପଡିଥାଏ । ମୋତେ ଯଦି ଏହା କହାଯାଇଥାନ୍ତା ତେବେ ମୁଁ ସବୁ ଆଣିକି ରଖିଦେଇଥାନ୍ତି । ମୁଁ ଏହି ଯୋଡି ଭାଙ୍ଗିବା ପାଇଁ ଚାହେଁ । ଟାକ୍ସରେ କେବଳ ପୋଷାକ ଦେବା ପାଇଁ କୁହାଯାଇଥିଲା ଜୀବନ ଦେବାକୁ ନୁହେଁ । ତେବେ ଦେଖିବାକୁ ବାକି ରହିଲା ଏହି ଟ୍ୱିଷ୍ଟ କେଉଁ ମୋଡ ନେଉଛି ।