ବିଗ୍ ବଜାରରୁ ଉଠାଇ ହେବ ଟଙ୍କା ! ବିଗ୍ ବଜାର ସହ ଭାରତୀୟ ଷ୍ଟେଟ ବ୍ୟାଙ୍କ କଲା ସହଯୋଗିତା

31

କନକ ବ୍ୟୁରୋ :ଏଣିକି ବିଗ୍ ବଜାରରୁ ଉଠାଇ ହେବ ଟଙ୍କା । ଡେବିଟ୍ କାର୍ଡ ବ୍ୟବହାର କରି ୨ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଇହେବ । ଦେଶର ୨୬୦ଟି ବିଗ୍ ବଜାରେ ୨୪ତାରିଖରୁ ଏହି ସୁବିଧା ଉପଲବ୍ଧ ହେବ । ଏନେଇ ବିଗ୍ ବଜାର ସହ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହଯୋଗିତା ସ୍ଥାପନ କରିଛି ।

ସପିଂ ସମୟରେ ଟଙ୍କା ଉଠାଇବା ସୁବିଧା ଲୋକଙ୍କୁ ଦେବା ପାଇଁ ମିନି ଏଟିଏମ୍ ସ୍ଥାପନ କରାଯାଇଛି । ଗତ ସପ୍ତାହରେ ପେଟ୍ରୋଲ ପମ୍ପରୁ ଡେବିଟ କାର୍ଡ ବ୍ୟବହାର କରି ଟଙ୍କା ଉଠାଇବା ସୁବିଧା ଲୋକଙ୍କୁ ଯୋଗାଇ ଦିଆଯାଇଥିଲା ।