ଆକ୍ସନ୍ ମୁଡରେ ନୂଆ ମନ୍ତ୍ରୀ ! ଦାୟିତ୍ୱ ନେଉ ନେଉ ପେଟ୍ରୋଲ ପମ୍ପରେ ଚଢାଉ କଲେ ସୂର୍ଯ୍ୟନାରାୟଣ ପାତ୍ର

44

କନକ ବ୍ୟୁରୋ : ପେଟ୍ରୋଲ ପମ୍ପରେ ତେଲ ଠକେଇ ଓ ଅପମିଶ୍ରଣର ଯାଂଚ ନେଇ ଯୋଗାଣ ବିଭାଗରେ ଚଢାଉ । ରାଜଧାନୀ ଭୁବନେଶ୍ୱରର ୪ଟି ପେଟ୍ରୋଲ ପମ୍ପରେ ଆଜି ଚଢାଉ କରିଛି ଯୋଗାଣ ବିଭାଗ । ପେଟ୍ରୋଲ ପମ୍ପରେ ତେଲ ଠକେଇ ଓ ଅପମିଶ୍ରଣର ଯାଂଚ କରିଛନ୍ତି ଯୋଗାଣ ଅଧିକାରୀ । ପେଟ୍ରୋଲ ପମ୍ପରେ ଉପଭୋକ୍ତାମାନେ ଅନେକ ସମୟରେ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଥିଲା ।

ତେଣୁ ଯୋଗାଣ ବିଭାଗ ପକ୍ଷରୁ ଏହି ଚଢାଉ ହୋଇଥିବା କୁହାଯାଉଛି । ତେବେ ମାତ୍ର ଦୁଇ ଦିନ ତଳେ ନୂଆ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ସୂର୍ୟ୍ୟନାରାୟଣ ପାତ୍ର । ଆଉ ଦାୟିତ୍ୱ ନେଉ ନେଉ ତେଲ ଠକେଇ ଓ ଅପମିଶ୍ରଣ କରୁଥିବା ପେଟ୍ରୋଲ ପମ୍ପ ଉପରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ସୂର୍ୟ୍ୟ ପାତ୍ର ।