ଭୁବନେଶ୍ୱର ଜନପଥରେ ପଥଉତ୍ସବ : ଆଜିର ପଥଉତ୍ସବକୁ ପାଇକମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି

32

କନକ ବ୍ୟୁରୋ : ଭୁବନେଶ୍ୱର ଜନପଥରେ ଆୟୋଜିତ ପଥଉତ୍ସବରେ ଆଜି ପାଇକ କଳାକୌଶଳ ପ୍ରଦର୍ଶନ କରିଛନ୍ତି ବିଭିନ୍ନ ସଙ୍ଗଠନ । ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତ୍ତି ଅବସରରେ ଆଜିର ପଥଉତ୍ସବଙ୍କୁ ପାଇକମାନଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା । ଏଥିରେ ବିଭିନ୍ନ ସଙ୍ଗଠନ ଚିତାକର୍ଷକ ପାଇକ କଳାକୌଶଳ ଦେଖାଇଥିଲେ । ବର୍ଷାକୁ ଦୃଷ୍ଟିରେ ରଖି ପଥଉତ୍ସବକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।

ପଥଉତ୍ସବ ଆରମ୍ଭ ଦିନ ଠାରୁ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି । ପ୍ରତି ରବିବାର ସକାଳୁ ଲୋକେ ଶଯ୍ୟାତ୍ୟାଗ କରି ପଥଉତ୍ସବକୁ ଆସୁଛନ୍ତି । ଛୋଟ ଠାରୁ ବଡ ସମସ୍ତେ ଏହାର ମଜା ନେଉଛନ୍ତି । ଏଠାରେ ସକାଳ ଭ୍ରମଣ ଠାରୁ ଆରମ୍ଭ କରି ଗୀତ ନାଚ , ଯୋଗ ଧ୍ୟାନ ତଥା ବିଭିନ୍ନ କ୍ରୀଡା ନୈପୁଣତା ପ୍ରଦର୍ଶନ ହେଉଛି । ବିଭିନ୍ନ ସଚେତନର ବାର୍ତ୍ତା ମଧ୍ୟ ଏହି ପଥ ଉତ୍ସବରେ ଦିଆଯାଉଛି ।