ବିଶ୍ୱ ସ୍ମାର୍ଟ ସିଟି ଆୱାର୍ଡ ପାଇଲାନି ଭୁବନେଶ୍ୱର : ବିଜୟୀ ହେଲା କେନିଆର ନାଇରୋବି

26

vlcsnap-2016-11-18-08h47m04s371କନକ ବ୍ୟୁରୋ : ବିଶ୍ୱ ସ୍ମାର୍ଟ ସିଟି ଆୱାର୍ଡ ପାଇବାରୁ ବଂଚିତ ହୋଇଛି ଭୁବନେଶ୍ୱର । ସ୍ମାର୍ଟ ସିଟି ଏକ୍ସପୋ ୱାଲର୍ଡ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଙ୍ଗଳବାର ଏହି ଆୱାର୍ଡ ଘୋଷଣା କରାଯାଇଛି । ତେବେ ଭୁବନେଶ୍ୱର ଅଲ୍ପକେ ଆୱାର୍ଡ ପାଇବାରୁ ବଂଚିତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଦ୍ୱିତୀୟ ରନର୍ସଅପ୍ ଭାବେ ତୃତୀୟ ସ୍ଥାନରେ ରହିଛି । ତେବେ ରନର୍ସଅପ୍ ପାଇଁ କୋ÷ଣସି ଆୱାର୍ଡ ମିଳି ନଥିବା ସୂଚନା ମିଳିଛି ।

ଅନ୍ୟପଟେ କେନ୍ଦ୍ର ସହରାଂଚଳ ବିକାଶମନ୍ତ୍ରଣାଳୟ ଅଧିନସ୍ଥ ସ୍ମାର୍ଟ ସିଟିଜ୍ ମିଶନ୍ ପକ୍ଷରୁ ସ୍ମାର୍ଟ ସିଟି ଗୁଡିକୁ ଟାର୍ଗେଟ ଦିଆଯାଇ ନୋଟିସ୍ ଜାରି କରାଯାଇଛି । ନୋଟିସରେ କୁହାଯାଇଛି ଆସନ୍ତା ଏପ୍ରିଲ ୧ସୁଧା ସ୍ମାର୍ଟ ସିଟି ତାଲିକାରେ ରହିବା ପାଇଁ ଯେଉଁଭଳି ଯୋଜନା ପ୍ରସ୍ତୁତ କରି ଦେଇଥିଲ ତାକୁ କାର୍ଯ୍ୟକାରୀ କର । ଏହାକୁ ଦେଖି କାଗଜ କଲମରେ ପ୍ରକଳ୍ପ ପ୍ରସ୍ତୁତ କରି ଦେଶରେ ଏକ ନମ୍ବର ସ୍ମାର୍ଟ ସିଟି ହୋଇଥିବା ଭୁବନେଶ୍ୱର କର୍ତୁପକ୍ଷ ଏବେ ଚିନ୍ତାରେ ପଡିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –