ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଭଦ୍ରକ ଦଙ୍ଗା କ୍ଷତିକ୍ଷତିର ଆକଳନ !

38

କନକ ବ୍ୟୁରୋ : ଆରମ୍ଭ ହେଲା ଭଦ୍ରକ ଦଙ୍ଗା କ୍ଷତିକ୍ଷତିର ଆକଳନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜିଠୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇଛି । ଆରଆଇଙ୍କ ନେତୃତ୍ତ୍ୱରେ ପ୍ରଶାସନର ୪ଟି ଟିମ୍ କ୍ଷୟକ୍ଷତିର ଆକଳନ କରୁଛନ୍ତି । କ୍ଷୟକ୍ଷତିର ଆକଳନ କରି ୩ ଦିନ ଭିତରେ ରିପୋର୍ଟ ପ୍ରଦାନ କରିବା ପାଇଁ ଆରଆଇଙ୍କୁ ନିର୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ଭଦ୍ରକରେ ଉପୁଜିଥିବା ଆଇନଶୃଙ୍ଖଳାପରିସ୍ଥିତିରେ ବହୁ ଦୋକାନ ପୋଡି ଯାଇଥିବା ବେଳେ ବ୍ୟାପକ ଭଙ୍ଗାରୁଜା ହୋଇଛି । ତେବେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଙ୍ଗା ପ୍ରଭାବିତ ଅଂଚଳ ବୁଲି ଲୋକଙ୍କ ସହ ଆଲୋଚନା କରିବା ପରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।