ଭକ୍ତ ଓ ଭଗବାନଙ୍କ ଅନାବିଳ ସମ୍ପର୍କ : ଜାଣନ୍ତୁ, ଜଗନ୍ନାଥଙ୍କର ପରମ ଭକ୍ତ ସାଲେବେଗଙ୍କ ସମ୍ପର୍କରେ

835

ଭଗବାନ ଭକ୍ତର ଜାତି ଧର୍ମ ବର୍ଣ୍ଣ କିଛି ଦେଖନ୍ତିନି । ଦେଖନ୍ତି ତ କେବଳ ଭକ୍ତର ଭକ୍ତି ଟିକକ । କିଏ ମନପଧାଣ ଦେଇ କେତେ ନିଜକୁ ସମର୍ପଣ କରୁଛି, ତାହାହିଁ ଦେଖନ୍ତି ଭଗବାନ । ପ୍ରଭୁ ଜଗନ୍ନାଥଙ୍କର ଏମିତି ଜଣେ ଭକ୍ତ ହେଲେ ସାଲବେଗ । ସାଲେବେଗ ଏକ ଗରିବ ମୁସଲମାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଲାଲବେଗ ବିହାରର ବାସିନ୍ଦା । ସେ ଜଣେ ମୋଗଲ କର୍ମଚାରୀ ଥିଲେ । ପୁରୀରେ ଆକ୍ରମଣ ବେଳେ ଲାଲବେଗ ସାଲବେଗ ମା’ଙ୍କୁ ବିବାହ କରିଥିବା ଜଣାପଡେ । ସେ ଜଣେ ଓଡିଆ ବ୍ରାହ୍ଣଣୀ ଥିଲେ । ଲାଲବେଗ ତାଙ୍କୁ ଜବରଦସ୍ତ ବିବାହ କଲାପରେ ତାଙ୍କର ନାମ ଫତିନା ବିବି ହୋଇଥିଲା । ଲାଲବେଗ ଓ ଫତିନାଙ୍କଠାରୁ ସାଲବେଗଙ୍କ ଜନ୍ମ । ସାଲବେଗ ପିଲାବେଳୁ ଓଡିଆ ଶାସ୍ତ୍ର ଶୁଣି ସମସ୍ତ କଥା ମନେ ରଖୁଥିଲେ । ସେ ଅନେକ ଭଜନ ଓ ଜଣାଣ ମଧ୍ୟ ଗାଇଛନ୍ତି । ଭକ୍ତ ସାଲବେଗଙ୍କ ସମାଧି ଏବେ ବି ପୁରୀ ମୁଖ୍ୟ ଚିକିତ୍ସାଳୟ ପାଖରେ ରହିଛି ।

 

ସାଲବେଗଙ୍କ ମାମୁଁ ଘର ପୁରୀର ପିପିଲିଠାରେ । ଏହା ସାଲବେଗଙ୍କ ସ୍ମୃତି ପୀଠ ଭାବେ ପରିଚତ । ତାଙ୍କ ମାଙ୍କୁ କିପରି ଭାବରେ ଅପହରଣ କରାଯାଇଥିଲା ସେ ତାହାକୁ କବିତା ମାଧ୍ୟମରେ ଅତ୍ୟନ୍ତ ହୃଦୟ ଦେଇ ପ୍ରକାଶ କରିଛନ୍ତି । ଲାଲବେଗ ପୁରୀ ଆକ୍ରମଣ କରିବା ଲାଗି ଯିବା ବେଳେ ବାଟରେ ପିପିଲିଠାରେ ଏକ ବିଧବା ବ୍ରାହ୍ଣଣୀଙ୍କୁ ଗାଧୋଉଥିବା ସମୟରେ ଦେଖିବା ପରେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ପରେ ତାଙ୍କୁ ଅପହରଣ ମଧ୍ୟ କରିଥିଲେ । ତେବେ ସେହି ମହିଳା ଜଣକ ନିଜକୁ ଲାଲବେଗଙ୍କୁ ସମର୍ପଣ ନ କରି ଆତ୍ମହତ୍ୟା କରିବେ ବୋଲି କହିଲେ । ପରେ ତାଙ୍କୁ ଲାଲାବେଗ ନିଜର ସ୍ତ୍ରୀ ରୂପେ ଗ୍ରହଣ କଲେ । କିନ୍ତୁ ମହିଳାଙ୍କ କିଛି ସର୍ତ୍ତ ରହିଛିଲା ଯେପରି ସେ କହିଥିଲେ ଯେ କୌଣସି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନ କରିବା ସହ ତାଙ୍କୁ ମୁସଲମାନଙ୍କର କୌଣସି ଧର୍ମ ମାନିବାକୁ ବାଧ୍ୟ କରିବେ ନାହିଁ ।

ତେଣୁ ଲାଲବେଗ ପୁରୀ ମନ୍ଦିର ଉପରେ ଆକ୍ରମଣ ନକରି ଦାଣ୍ଡମୁକୁନ୍ଦପୁରଠାରୁ ହିଁ ଫେରିଯାଇଥିଲେ । କିଛିଦିନ ପରେ ତାଙ୍କ ଏକ ପୁତ୍ର ସନ୍ତାନ ଜାତ ହେଲେ ଯା’ର ନାଁ ସାଲବେଗ ପରେ ତାଙ୍କ ପୁତ୍ର ଧିରେ ଧିରେ ବଡହେଲା । ଥରେ ସାଲବେଗ ଏକ ଯୁଦ୍ଧ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ଆହତ ହୋଇଥିଲେ । ଅତ୍ୟନ୍ତ କଷ୍ଟ ହେବା କାରଣରୁ ସେ ତାଙ୍କ ମାକୁ ଡାକି କହିଥିଲେ “ମା ମତେ ବଞ୍ଚିବା ଲାଗି କିଛି ଉପାୟ କୁହ । ନଚେତ୍ ମୁଁ ଆତ୍ମହତ୍ୟା କରିଦେବି । ଏହା ଶୁଣିଲା ପରେ ମା ଇଶ୍ୱର ବିଶ୍ୱସୀ ହୁଅ । ସବୁ ଠିକ୍ ହେବ ବୋଲି କହିଥିଲେ । ଏହା ପରେ ହିନ୍ଦୁ ଦେବା ଦେବୀଙ୍କ ଲାଗି ତାଙ୍କ ମନରେ ଭକ୍ତି ଆସିଲା । ଏହା ପରେ ମଧ୍ୟ ତାଙ୍କର ଦେହ ଭଲ ହେଲା ନାହିଁ ପରେ ମାଙ୍କ ଉପଦେଶ ପାଳନ କରି ବୃନ୍ଦାବନଠାରେ କୃଷ୍ଣଙ୍କ ନାମ ଜରକରିଥିଲେ । ପରେ ସେଠାରେ ତାଙ୍କ ଦେହ ଭଲ ହୋଇଯାଇଥିଲା । ଏହା ପରେ ସାଲବେଗ ଓ ତାଙ୍କ ମା ପୁରୀ ଆସିଥିଲେ ।

Source:vina.cc

କିନ୍ତୁ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇନଥିଲା । ତେଣୁ ସାଲବେଗ ନିଜ କବିତାରେ ଲେଖିଛନ୍ତି “ପିତା ମୋ ମୋଗଲ, ମାତା ମୋ ବ୍ରାହ୍ଣଣୀ । ଏ କେଉଁ କୂଳେ ଜନ୍ମିଲି ହିନ୍ଦୁ ନ ଛୁଏଁ ମୋ ପାଣି” । ପ୍ରବଳ ଇଚ୍ଛା ଥିଲେ ମଧ୍ୟ ପ୍ରଭୁ ଜଗନ୍ନଥଙ୍କ ଦର୍ଶନ ପାଇ ପାରିନଥିଲେ । ୧୬୨୨ ରୁ ୧୬୪୭ ମଧ୍ୟରେ ସାଲବେଗ ଭଜନ ଓ ଜଣାଣ ଗାଉଥିଲେ । ନାଗା ସନ୍ନ୍ୟାସୀମାନେ ମୋଗଲଙ୍କ ପୁରୀ ଆକ୍ରମଣ ସମୟରେ ଶ୍ରୀ ମନ୍ଦିର ସୁରକ୍ଷା ନିମନ୍ତେ ନିଜ ପ୍ରାଣହୂତି ଦେଇଥିଲେ । ସେବାୟତମାନେ ଏହି ସମୟରେ ଠାକୁରମାନଙ୍କୁ ପିପିଲିକୁ ନେଇ ଯାଇଥିଲେ । ଲାଲବେଗଙ୍କ ବଙ୍ଗ ଯୁଦ୍ଧ ସମୟରେ କଲିକତାଠାରେ ମୃତ୍ୟୁ ହୋଇଥିଲା । ଏହା ପରେ ସାଲବେଗ ଓ ତାଙ୍କ ମାଙ୍କୁ ଲାଲାବେଗଙ୍କ ଘର ଲୋକ ବିଦା କରିଦେବା ଫଳରେ ସେମାନେ ଦକ୍ଷିଣ ଆଡେ ପଳାଇଥିଲେ । ଏହା ପର ବର୍ଷ ସାଲବେଗ ରଥଯାତ୍ରା ସମୟରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ କିମ୍ବଦନ୍ତୀରୁ ଜଣାପଡେ ଯେ ସାଲବେଗଙ୍କୁ ଅପେକ୍ଷା କରି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ ଦାଣ୍ଡରେ ଅଟକି ରହିଥିଲା ଓ ସାଲବେଗ ପହଞ୍ଚି ଦର୍ଶନ କଲାପରେ ରଥ ଗଡି ଚାଲିଲା । ତାଙ୍କ ମୃତ୍ୟୁପରେ ବଳଗଣ୍ଡିଠାରେ ଏକ ସ୍ମୃତିପୀଠ ସ୍ଥାପନ କରାଯାଇଛି ।

ମନ୍ଦିର ଭିତରକୁ ନଗଲେ ମଧ୍ୟ ବାହାରେ ଥାଇ ପ୍ରଭୁଙ୍କପ୍ରତି ଭଲପାଇବା କାରଣରୁ ଜଗନ୍ନାଥ ନିଜେ ଦର୍ଶନ ଦେବା ଲାଗି ଅଟକି ରହିଥିଲା । ସାଲବେଗଙ୍କ ଭଜନ ଏବେ ବି ଲୋକମାନଙ୍କ ପାଖରେ ବଳବତ୍ତର ରହିଛି । ଓଡିଶାର ବିଶେଷ ଗାୟକ ଭିକାରୀ ବଳ ମଧ୍ୟ ସାଲବେଗଙ୍କ ଅନେକ ଭଜନ ଗାଇଛନ୍ତି । ତାଙ୍କ ଭଜନରେ ପୁରୀର ମନ୍ଦିର ଉପରେ ସମସ୍ତ ଆକ୍ରମଣ ଠାରୁ ଆରମ୍ଭ କରି ବେଢାରେ ହେଉଥିବା ସମସ୍ତ ରୀତିନୀତି ଉପରେ ପର୍ଯ୍ୟବ୍ୟଷିିତ ।