ଭଦ୍ରକ : କିଆବୁଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

58

କନକ ବ୍ୟୁରୋ : ଭଦ୍ରକ ଚାନ୍ଦବାଲିରେ କିଆବୁଦାରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ବଡବଜାର ପାଖ ରାଇସମିଲ ନିକଟରେ ଥିବା ଏକ କିଆବୁଦା ମୂଳେ କେହି ନବଜାତ ଶିଶୁକନ୍ୟାକୁ କେହି ଫିଙ୍ଗି ଚାଲିଯାଇଥିଲେ । ସେହି ରାସ୍ତା ଦେଇ ଯାଉଥିବା ଗୋଲିଡିହାର ଜଣେ ଯୁବକ ଶିଶୁର କାନ୍ଦଶୁଣି ଉଦ୍ଧାର କରିଥିଲେ । ପରେ ଶିଶିଟିକୁ ଧରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଥିଲେ । ଏଠାରେ ତାର ଚିକିତ୍ସା କରିବା ସହ ଦେହରୁ କିଆକଂଟାକୁ ବାହାର କରିଛନ୍ତି ଡାକ୍ତର । ଶିଶୁଟିକୁ ଏବେ ଏନଆଇସିୟୁରେ ରଖାଯାଇଛି ।

ତେବେ ହସ୍ପିଟାଲ କର୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ସକାଳେ କେନ୍ଦ୍ରାପଡାର ଜଣେ ପ୍ରସୂତି ଚାନ୍ଦବାଲି ହସ୍ପିଟାଲରେ ଭର୍ତି ହୋଇଥିଲେ । ସେ ଏକ ଶିଶୁକନ୍ୟା ଜନ୍ମ ଦେଇଥିବାବେଳେ ସଂଧ୍ୟାରେ ହଠାତ କାହାରିକୁ ନଜଣାଇ ହସ୍ପିଟାଲରୁ କେଉଁଆଡେ ଚାଲିଯାଇଥିଲେ । ତେଣୁ ଉଦ୍ଧାର ହୋଇଥିବା ଶିଶୁଟି ସେହି ଶିଶୁ ବୋଲି ଅନୁମାନ କରାଯାଉଛି । ହସ୍ପିଟାଲ ପକ୍ଷରୁ ଚାନ୍ଦବାଲି ଥାନାରେ ଅଭିଯୋଗ ପରେ ଛାନଭିନ ଆରମ୍ଭ କରିଛି ପୋଲିସ ।