ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ସରଗରମ ହେଲା ସଟ୍ଟା ବଜାର ! କାହାର ହେବ ଜିତ୍ କାହାର ହେବ ମାତ୍ , ଜାଣନ୍ତୁ ବିଜେପି ଏବଂ କଂଗ୍ରେସ ଉପରେ ଲାଗୁଛି କେତେ ଟଙ୍କା ।

95

୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ୧୧ ଡିସେମ୍ବର ୨୦୧୮ ତାରିଖରେ ରାଜସ୍ଥାନ,ଛତିଶଗଡ,ତେଲେଙ୍ଗାନା,ମଧ୍ୟପ୍ରଦେଶ,ମିଜୋରାମ ଆଦି ରାଜ୍ୟରେ କିଏ ଶାସନ ଭାର ନେବ ତାହାର ଫଳାଫଳ ମଧ୍ୟ ବାହାରିଆସିବ । ତେବେ ଏହି ନିର୍ବାଚନରେ ମୁଖ୍ୟ ମୁକାବିଲା ବିଜେପି ଏବଂ କଂଗ୍ରେସ ମଧ୍ୟରେ ରହିଛି । ଏହି ଭିତରେ ରାଜସ୍ଥାନ ପ୍ରତିବର୍ଷ ନିର୍ବାଚନରେ ଚର୍ଚ୍ଚାରେ ରହିଥାଏ । ଏଠାରେ ଥିବା ସଟ୍ଟା ବଜାରରେ ସକାଳ ୧୦ ଟାରୁ ବେଟିଙ୍ଗ୍ ଆରମ୍ଭ ହୋଇଯାଏ । ଯାହା ରାତି ୧ ଟାଏ ପର୍ଯ୍ୟନ୍ତ ଚାଲୁ ରହିଥାଏ । ପୂର୍ବବର୍ଷ ବିଧାନସଭା ନିର୍ବାଚନରେ ବିଜେପି ନିର୍ବାଚନ ଜିତିବା ନେଇ ଅନୁମାନ ଲଗାଯାଇଥିଲା । ଯାହା ପରମୁହୂର୍ତ୍ତରେ ସତ ସାବ୍ୟସ୍ତ ହେଲା । ତେବେ ଚଳିତ ବର୍ଷ ମଧ୍ୟ ଏଭଳି ଅନୁମାନ ଲଗାଯାଇ ସଟ୍ଟା ବଜାର ସରଗରମ ରହିଛି ।

ସଟ୍ଟାରୁ ବାଦ୍ ପଡିନାହିଁ ବିକାନେର୍ ଏବଂ ସିକର୍ :

ରାଜାରାଜୁଡା ସମୟରୁ ସଟ୍ଟା ଲାଗୁଥିବା ରାଜସ୍ଥାନର ଏହି ଚର୍ଚ୍ଚିତ ସ୍ଥାନରେ ଦିନରାତି ସଟ୍ଟା ଲାଗିଥାଏ । କିଛି ଲୋକ ରାଜନୀତି ବିଷୟରେ ନଜାଣି ଥିଲେ ସଟ୍ଟା ବଜାରକୁ ଆସିଲା ପରେ କିଏ ବାଜିମାତ୍ କରିବ ଜାଣିନିଅନ୍ତି ।

ଗତ ନିର୍ବାଚନୀ ବର୍ଷରେ ବିଜେପି ଉପରେ ଲାଗିଥିଲା ସଟ୍ଟା :

୨୦୧୩ ବିଧାନସଭା ନିର୍ବାଚନ ସମୟରେ ବିଜେପି ଜିତିବାର ଅନୁମାନ ଲଗାଯାଇଥିଲା । କୁହାଯାଉଥିଲା କି ବିଜେପି ୧୪୦ ସିଟ୍ ପାଇବ । କିନ୍ତୁ ଅନୁମାନରୁ ଅଧିକ ଅର୍ଥାତ୍ ବିଜେପିକୁ ମିଳିଥିଲା ୧୬୩ ଟି ସିଟ୍ । ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୨୭୦ ରୁ ୨୭୫ ଟି ସିଟ୍ ପାଇବା ଅନୁମାନ ଆସିଥିଲା । ଯାହା ସଠିକ୍ ମଧ୍ୟ ହୋଇଥିଲା । ସଟ୍ଟା ବଜାରରେ ୨୦୦ ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଟ୍ଟା ଲାଗେ । ନିର୍ବାଚନ ସମୟରେ ସଟ୍ଟା ବଜାରରେ ପ୍ରତିଥର ବଦଳୁଥିବା ହାର ଜୀତ୍ ର ମାହୋଲ ପ୍ରତି ଲୋକମାନେ ଆକର୍ଷିତ ହୋଇଥାନ୍ତି । ନିର୍ବାଚନ ସହ ପାଣିପାଗ ବିଷୟ ଏବଂ କ୍ରିକେଟ୍ ଖେଳରେ ମଧ୍ୟ ଏଠାରେ ବେଟିଙ୍ଗ୍ ଲାଗିଥାଏ ।