‘ରେଡିିଓ ଚକଲେଟ୍‌’ର ‘ଷ୍ଟ୍ରିଟ୍‌ ଷ୍ଟୋର୍‌’ ! ଗରିବଙ୍କୁ ମିଳିଲା ମନପସନ୍ଦର ପୋଷାକ

14
ବ୍ରହ୍ମପୁର : ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ରେଡିଓ ଚକୋଲେଟର ଅଭିନବ ପ୍ରୟାସ । ବ୍ରହ୍ମପୁର ସହରରେ ରେଡିଓ ଚକୋଲେଟ ପକ୍ଷରୁ ଆୟୋଜିତ ହୋଇଯାଇଛି ଷ୍ଟ୍ରିଟ୍ ଷ୍ଟୋର । ଏହି ଷ୍ଟୋରରୁ ୫ଶହରୁ ଅଧିକ ପୁରୁଷ ଓ ମହିଳା ନିଜ ମନପସନ୍ଦର ପୋଷାକ ବାଛି ନେଇଛନ୍ତି । ପୋଷାକ ନେଇ ବେଶ୍ ଖୁସି ଅନୁଭବ କରିଥିବା ସେମାନେ ପ୍ରକାଶ କରିବା ସହ ଆୟୋଜକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ନିଜ ମନପସନ୍ଦର ପୋଷାକ ବାଛିନେବା ପରେ ସମସ୍ତଙ୍କ ମୁହଁରେ ଦଖିବାକୁ ମିଳିଥିଲା ହସ । ଗରିବଙ୍କ ପାଇଁ ସହରର ଜନସାଧାରଣ ଓ ଷ୍ଟ୍ରିଟ ଷ୍ଟୋର ପକ୍ଷରୁ ଏଭଳି
ସହଯୋଗର ହାତ ବଢ଼ାଯାଇଥିବାରୁ ସେମାନେ ବହୁ ପ୍ରଶଂସା କରିଛନ୍ତି । ପୂର୍ବରୁ କେବେ ବି ଏଭଳି କାର୍ଯ୍ୟକ୍ରମ ହୋଇନଥିଲା । ପ୍ରଥମ ଥର ହୋଇଥିବାରୁ ବହୁ ଗରିବ ଉପକୃତ ହୋଇଛନ୍ତି ।
ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଓଡିଶାର ସର୍ବାଧିକ ଲୋକପ୍ରିୟ ଘରୋଇ ଏଫଏମ୍ ରେଡିଓ ଚକୋଲେଟ ୧୦୪ ପକ୍ଷରୁ ଜାରି ରହିଛି ନିରନ୍ତର ପ୍ରୟାସ  । ବିନା ମୂଲ୍ୟରେ ନିଜ ମନପସନ୍ଦର ପୋଷାକ ଗରିବଙ୍କୁ ଯୋଗଇଦେବାକୁ ବକୁଳ ଫାଉଣ୍ଡେସନର ସହଯୋଗରେ ଆୟୋଜିତ ହୋଇଯାଇଛି ଏହି ଷ୍ଟିଟ୍ ଷ୍ଟୋର ।