ଆନନ୍ଦଙ୍କ ଅଲଗା ନିଶା ! ପିତଳରେ ୩୦ରୁ ଅଧିକ କଳାକୃତି ତୋଳି ସ୍ଥାନ ପାଇଲେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ

22

କନକ ବ୍ୟୁରୋ : ପେଶା ମେକାନିକ ହେଲେ ରେକର୍ଡ ନିଶା । ପିତଳରେ ଅତି ନିଖୁଣ ଭାବେ ସୁନ୍ଦର କଳାକୃତି ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁରର ୬୬ବର୍ଷୀୟ ଆନନ୍ଦ ରାଓ । ବିଶେଷ ଭାବରେ ଭାରତୀୟ ସେନାର ବିଭିନ୍ନ ଅସ୍ତ୍ରଶସ୍ତ୍ରର କଳାକୃତିକୁ ପିତଳରେ ତୋଳିଛନ୍ତି ଆନନ୍ଦ । ଫାଇଟର ଜେଟ୍ ଠାରୁ ଆରମ୍ଭ କରି ତୋପ ଓ ବୁଡାଜାହାଜ ଆଦିକୁ ପିତଳରେ ଖୁବ ନିଖୁଣ ଭାବେ ତୋଳିଛନ୍ତତି ଆନନ୍ଦ । ମେକାନିକ କାମ କରି ପରିବାର ପୋଷଣ କରୁଥିବା ଆନନ୍ଦଙ୍କ ପାଇଁ ପିତଳରେ ସୁନ୍ଦର କଳାକୃତି ନିର୍ମାଣ କରିବା ନିଶାରେ ପରିଣତ ହୋଇଛି ।

ଭାରତୀୟ ସେନାର ଜାହାଜ, ଉଡାଜାହାଜ ଓ କ୍ଷେପଣାସ୍ତ୍ରର ସୁନ୍ଦର କଳାକୃତି ନିର୍ମାଣ କରି ସମ୍ମାନିତ ହୋଇଛନ୍ତି ଆନନ୍ଦ । ଏହାସହ ସାଟେଲାଇଟ, ବିଭିନ୍ନ ଗଛ ଓ ଘରସଜା ଜିନିଷ ସହ ପ୍ରାୟ ୩୦ରୁ ଅଧିକ କଳାକୃତି ତୋଳିଛନ୍ତି ସେ । ତାଙ୍କର ୨୦ଟି କାରୁକାର୍ଯ୍ୟକୁ ନେଇ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛି ଆନନ୍ଦ ରାଓ । ଏହି ସବୁ ସାମଗ୍ରୀକୁ ସେ ବିକ୍ରି କରନ୍ତି ନାହିଁ । ଆନନ୍ଦଙ୍କ ଏହି କଳାକୃତି ପାଇଁ ତାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।