ପାଖରେ ଅଛି କୋଟି କୋଟି ଟଙ୍କାର ସମ୍ପତ୍ତି , ଚଲାନ୍ତି ୩୭୮ ଟି ଦାମୀ ଗାଡି ! ତା’ ପରେ ବି ହାତରେ କଇଁଚି ଧରି କାଟନ୍ତି ଲୋକଙ୍କ ଚୁଟି । 

1,916

ବାଙ୍ଗାଲୋରରେ ରହୁଥିବା ରମେଶ ବାବୁଙ୍କ ଜୀବନ କାହାରିକୁ ବି କୌଣସି ସିନେମା କାହାଣୀଠାରୁ କିଛି କମ୍ ଲାଗୁନାହିଁ । କେବେ ଘର ଘର ଯାଇ କ୍ଷୀର ବିକ୍ରି କରିବା ଏବଂ ଖବରକାଗଜ ଦେବା ଭଳି କାମ କରୁଥିବା ଏହି ବ୍ୟକ୍ତି ଜଣକ ଆଜି କୋଟି କୋଟି ଟଙ୍କାର ମାଲିକ । କଠିନ ପରିଶ୍ରମ କରି ସେ ଆଜି ଏହି ସ୍ଥାନର ମାଲିକ ହୋଇପାରିଛନ୍ତି । ବାଲ୍ୟକାଳରେ ମା’ ତାଙ୍କର ଘର ଘର ଯାଇ କାମ କରୁଥିବା ବେଳେ ବାପା ଥିଲେ ବାରିକ । କିନ୍ତୁ ରମେଶ ବାବୁ ସ୍ୱାଧୀନ ଚିନ୍ତାଧାରାର ବ୍ୟକ୍ତିତ୍ୱ ଥିଲେ । ସେ କିଛି ଭିନ୍ନ କରିବାକୁ ଚାହିଁଥିଲେ ଯେଉଁଥିପାଇଁ ସେ ଆଜି ଏହି ସ୍ଥାନରେ ଠିଆ ହୋଇପାରିଛନ୍ତି ।

 

ତାଙ୍କ ପାଖରେ ରହିଛି ୩୭୮ ଟି ଗାଡି ଯେଉଁଥିରେ ୧୨୦ ଟି ବିଳାସପୂର୍ଣ୍ଣ ଗାଡି ରହିଛି । କିନ୍ତୁ କୋଟିପତି ହେବା ପରେ ବି ସେ ଲୋକଙ୍କ ଚୁଟି କାଟୁଛନ୍ତି । ଆପଣଙ୍କୁ ଲାଗୁଥିବ ଏଥିପାଇଁ ସେ ମୋଟାଅଙ୍କର ଚାର୍ଜ ବି କରୁଥିବେ । କିନ୍ତୁ ସେ ୧୫୦ ଟଙ୍କା ଭିତରେ ହିଁ ଚୁଟି କାଟିଥାନ୍ତି । ବାରିକ ଦୋକାନ ଚଲାଇବା ସହ ସେ କାର୍ ଭଡାରେ ଦେବା କାମ ମଧ୍ୟ କରିଥାନ୍ତି । ରଲ୍ ରୟଲ୍ସଠାରୁ ଆରମ୍ଭ କରି ବିଏମଡବ୍ଲ୍ୟୁ ଏବଂ ମର୍ସିଡିଜ୍ ଭଳି ବଡ ବଡ ଗାଡି ମଧ୍ୟ ସେ ଭଡାରେ ଦେଇଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଏସବୁ ନିଜ କଠିନ ପରିଶ୍ରମରେ ହିଁ କମାଇ ପାରଛନ୍ତି । ୧୪ ବର୍ଷ ବୟସରୁ ହିଁ ସେ କାମ ଆରମ୍ଭ କରିଥିଲେ ଯେଉଁଥିପାଇଁ ତାଙ୍କୁ ମାସିକ ୧୦୦ ଟଙ୍କା ମିଳୁଥିଲା । ତାଙ୍କ କହିବାନୁସାରେ ପିତାଙ୍କ ଦେହାନ୍ତ ପରେ ସେ ୧୮ ବର୍ଷ ବୟସରେ ଦୋକାନ ସମ୍ଭାଳିଥିଲେ ସକାଳ ୬ ରୁ ଆରମ୍ଭ କରି ରାତି ୨ ପର୍ଯ୍ୟନ୍ତ ସେ କାମ କରିଥିଲେ । କାମ ଏତେ ଅଧିକ ହୋଇଯାଇଥିଲା ଯେ ତା ପରଦିନ ସକାଳ ପର୍ଯ୍ୟନ୍ତ ସେ କାମ କରୁଥିଲେ ।

ବ୍ୟକ୍ତିଗତ ଭାବେ ବ୍ୟବହାର କରିବା ପାଇଁ ୧୯୯୩ ମସିହରେ ସେ ମାଋତି ଓମନି କାର୍ କିଣିଥିଲେ । ଲୋନ୍ ରେ କିଣିଥିବା ଏହି କାର୍ ର ଟଙ୍କା ଫେରାଇବା ପାଇଁ ସେ କାରକୁ ଭଡାରେ ଲଗାଇଲେ । ପ୍ରଥମେ ପ୍ରଥମେ ନିଜେ କାର୍ ଚଲାଉଥିବା ବେଳେ ପରେ ବ୍ୟବସାୟ ବଢିବା ପରେ ସେ ଲୋକଙ୍କୁ ଚାକିରୀରେ ରଖିଲେ । ସେ ୨୦୧୧ ମସିହାରେ ୩.୫ କୋଟି ଟଙ୍କାରେ ରଲ୍ ରୟଲ୍ସ ଗାଡି କିଣିଥିଲେ । ଯାହାକୁ ସେ ସମ୍ପୁର୍ଣ୍ଣ ଦିନ ପାଇଁ ୫୦ ହଜାର ଟଙ୍କାରେ ଭଡାରେ ଦେଇଥାନ୍ତି । ଜଣେ ସଫଳ ବ୍ୟବସାୟୀ ହେବା ପରେ ବି କାହିଁକି ଲୋକଙ୍କ ଚୁଟି କାଟନ୍ତି ପ୍ରଶ୍ନ ପଚାରିଲେ ସେ ଉତ୍ତର ଦିଅନ୍ତି , “ ମୁଁ ଯେତେ ବି ବଡ ସଫଳ ବ୍ୟବସାୟୀ ହୁଏ ନା କାହିଁକି କିନ୍ତୁ ବାରିକ ବୃତ୍ତିରୁ ହିଁ ମୋର ପ୍ରଥମ ଆରମ୍ଭ ହୋଇଥିଲା । ଯାହା ମୁଁ ମୃତ୍ୟୁ ପର୍ଯ୍ୟନ୍ତ ବି ଭୁଲିବି ନାହିଁ ।”