ଶରୀର ପାଇଁ ଲାଭଦାୟକ ଅଟେ ମିଠା ମକା (ସୁଇଟ୍ କର୍ନ) ! ଅନେକ ରୋଗରୁ ମଧ୍ୟ ଦିଏ ମୁକ୍ତି
ସକାଳୁ ସକାଳୁ ଉଠିଲେ ସବୁ ଲୋକ ସ୍ୱାଦଯୁକ୍ତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି । ସାଧାରଣ ଭାବରେ ସ୍ୱାଦଯୁକ୍ତ ଖାଦ୍ୟରେ ଅଧିକ ପରିମାଣରେ କ୍ୟାଲୋରି ଥିବା ସହ ଫ୍ୟାଟ୍ ମଧ୍ୟ ଅଧିକ ମାତ୍ରାରେ ରହିଥାଏ । ଯାହାକୁ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯାଇଥାଏ । ଏପରି ଅବସ୍ଥାରେ ଆପଣ କିପରି ସ୍ୱାସ୍ଥ୍ୟକର ଏବଂ ସ୍ୱାଦଯୁକ୍ତ ଖାଦ୍ୟ ଖାଇବେ ସେ ବିଷୟରେ ଭାବି ଚିନ୍ତିତ ହେଉଥିବେ ନିଶ୍ଚୟ । ତେବେ ଆଜି ଆମେ ଆପଣଙ୍କର ଏହି ଚିନ୍ତାକୁ ଦୂର କରିବୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସକାଳୁ ସକାଳୁ ଦିନର ଆରମ୍ଭ କିପରି ଏକ ସ୍ୱାସ୍ଥ୍ୟକର ଖାଦ୍ୟରୁ ଆପଣ କରିବେ ସେ ବିଷୟରେ ଆଜି ଆମେ ଅପଣଙ୍କୁ ଜଣାଇବୁ । ସୁଇଟ୍ କର୍ନ (ମିଠା ମକା) ବିଷୟରେ ତ ଆପଣମାନେ ଶୁଣିବା ସହ ଖାଇଥିବେ ନିଶ୍ଚୟ । ବହାରକୁ ବୁଲି ଗଲା ବେଳେ ଆପଣ ଏହାକୁ କେବେ କେବେ ଖାଉଥିବେ ନିଶ୍ଚୟ । ତେବେ ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ଯେ କେତେ ଲାଭଦାୟକ ତାହା ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ସୁଇଟ୍ କର୍ନର ଉପକାରିତା ବିଷୟରେ ।
୧. ଯଦି ଆପଣ ନିଜ ବୟସଠାରୁ କମ ବୟସ୍କ ଦେଖାଯିବାକୁ ଚାହୁଁଛନ୍ତି ତେବେ ଆଜିଠାରୁ ସବୁ ଦିନ ମିଠା ମକା ଖାଇବା ଆରମ୍ଭ କରିଦିଅନ୍ତୁ । ଏଥିରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ଏହା ମଣିଷକୁ ହେଉଥିବା ଶୀଘ୍ର ବୃଦ୍ଧାବସ୍ଥାରେ ପହଞ୍ଚିବାରୁ ରୋକିଥାଏ ।
୨. ପ୍ରତି ଦିନ ମୁହଁରେ ମକା ତେଲ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚା ଚମକିବାକୁ ଲାଗିବ । ଏଥିରେ ଅଧିକ ପରିମାଣରେ ମିନେରାଲ ଏବଂ ଭିଟାମିନ ଥିବାରୁ ଏହାକୁ ଖାଇବା ଏବଂ ମୁହଁରେ ଲଗାଇବା ଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ଭଲ ରହିବା ସହ ଚେହେରା ଚମକି ଥାଏ ।
୩. ଆଜିକାଲି ବଢ଼ୁଥିବା ପ୍ରଦୂଷଣକୁ ଆଖି ଆଗରେ ରଖି ମୁହଁରେ ହେଉଥିବା ଆକ୍ନେକୁ ଦୂର କରିବା ପାଇଁ ମକାର ପେଷ୍ଟ ହେଉଛି ଏକ ଲାଭଦାୟକ ଉପାୟ । ଏଥିରେ ଭିଟାମିନ E ଅଧିକ ପରିମାଣରେ ଥିବାରୁ ଏହାର ପେଷ୍ଟ ମୁହଁରେ ଲଗାଇଲେ ଆକ୍ନେ ଦୂର ହୋଇଥାଏ ।
୪. ମକା ତେଲକୁ ମୁଣ୍ଡରେ ଭଲ କରି ମାଲିସ କଲେ ରକ୍ତ ସଞ୍ଚଳନ ଠିକ୍ ହେବା ସହ କେଶ ମଜବୁତ ହୋଇଥାଏ ।
୫. ଏଥିରେ ଭିଟାମିନ C, ଲାଇକୋପିନ ଏବଂ ବିଭିନ୍ନ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ଏହା କେଶ ଝଡ଼ିବାରୁ ମୁକ୍ତି ଦେଇଥାଏ ।
୬. ଏହା ଆନେମିଆ ହେବାରୁ ବଞ୍ଚାଇଥାଏ । ଶରୀରରେ ଭିଟାମିନ୍ B୧୨,ଆଇରନ୍ ଏବଂ ଫୋଲିକ୍ ଏସିଡ଼୍ ଅଭାବ ହେଲେ ଆନେମିଆ ହୋଇଥାଏ । ସୁଇଟ୍ କର୍ନରେ ଏହି ସବୁ ଜିନିଷ ଅଧିକ ପରିମାଣରେ ଥିବାରୁ ଏହାକୁ ପ୍ରତି ଦିନ ଖାଇଲେ ଆନେମିଆ ହୋଇ ନଥାଏ ।
୭. ଏଥିରେ ସହଜରେ ମିଶି ପରୁଥିବା ଫାଇବର ଥାଏ । ଯାହା କି ଶରୀର ମଧ୍ୟକୁ ଯିବା ପରେ ଜେଲରେ ପରିଣତ ହୋଇଯାଇଥାଏ । ଏହି ଜେଲ ଶରୀର ମଧ୍ୟରେ ଥିବା ଖରାପ କୋଲେଷ୍ଟ୍ରଲକୁ ଶୋଷି ନେଇଥାଏ । ଯାହା ଫଳରେ କି ରକ୍ତରେ କୋଲେଷ୍ଟ୍ରଲର ପରିମାଣ ନିୟନ୍ତ୍ରିତ ହୋଇ ରହିଥାଏ ।
୮. ଅନ୍ୟ ପନି ପରିବା ଅପେକ୍ଷା ଏହାକୁ ଖାଇଲେ ଅଧିକ ଶକ୍ତି ମିଳିଥାଏ । ସେଥି ପାଇଁ ଆଥ୍ଲେଟ୍ମାନେ ନିଜର ଶକ୍ତିକୁ ବଢ଼ାଇବା ପାଇଁ ଗୋଟେ କପ ସୁଇଟ୍ କର୍ନ ଖାଇଥାନ୍ତି ।
୯. ଏହା କୋଷ୍ଠକାଠିନ୍ୟକୁ ଦୂର କରିଥାଏ । ଏହାକୁ ଖାଇବା ଦ୍ୱାରା ହଜମ ହୋଇ ନଥିବା ଖାଦ୍ୟ ହଜମ ହୋଇଯିବା ସହ ଡ଼ାଇରିଆ ହୋଇ ନଥାଏ ।