ଦିଲ୍ଲୀରେ ନବୀନଙ୍କୁ ଭେଟିଲେ ନରସିଂହ ! ସାକ୍ଷାତକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ

46

କନକ ବ୍ୟୁରୋ : ନବୀନଙ୍କୁ ଭେଟିଲେ ନରସିଂହ । ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଦିଲ୍ଲୀର ଅବଦୁଲ କଲାମ ମାର୍ଗ ସ୍ଥିତ ନବୀନଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି ନରସିଂହ ।

ଦିଲ୍ଲୀରେ ନବୀନଙ୍କ ସହ ନରସିଂହଙ୍କ ସାକ୍ଷାତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ । ଏହି ଘଟଣାକୁ ନେଇ ସୁରେଶ ରାଉତରାୟ କହିଛନ୍ତି ଏପଟେ ବିଜେପୁର ନେଇ ପ୍ରଚାର ଲଢେଇ ଚାଲିଥିବା ବେଳେ ସେପଟେ ଦିଲ୍ଲୀରେ ନବୀନଙ୍କୁ ଭେଟୁଛନ୍ତି ବିରୋଧୀ ଦଳ ନେତା । ଏହାପଛରେ ରାଜନୀତି ବି ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ସୁର ରାଉତରାୟ । ତେବେ ବିଜେଡି କହିଛି ସାକ୍ଷାତ ପଛରେ କୌଣସି ରାଜନୀତି ନାହିଁ ।