ବେଲବାହାଳି କୁସେଇ ସେତୁକୁ ନେଇ ଉତେଜନା : ଘଟଣାସ୍ଥଳରେ ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

32

କେନ୍ଦୁଝର : ବେଲବାହାଳିରେ ଏବେ ବି ଲାଗି ରହିଛି ଚାପା ଉତେଜନା । କୁଶେଇ ସେତୁ ନିକଟରେ ଗ୍ରାମବାସୀ ଏକାଠି ହୋଇଛନ୍ତି । ଗ୍ରାମବାସୀଙ୍କୁ ବୁଝାଇବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଚଳାଇଛି । ଗ୍ରାମବାସୀଙ୍କ ସହ ଆଲୋଚନା କରିବାକୁ ଘଟଣା ସ୍ଥଳକୁ କେନ୍ଦୁଝର ଜିଲ୍ଲାପାଳ ଓ ଏସପି ଯାଇଛନ୍ତି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଗତକାଲି ବେଲବାହାଳିରେ କୁସେଇ ସେତୁ ନିର୍ମାଣକୁ ନେଇ ପୁଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।

ଉତ୍ୟକ୍ତ ଲୋକଙ୍କ ଢେଲାମାଡରେ ୨ ପୁଲିସ କର୍ମୀ ଆହତ ହୋଇଛନ୍ତି । ଗ୍ରାମବାସୀଙ୍କୁ ଅନ୍ଧାରରେ ରଖି ପ୍ରଶାସନ ରାତି ଅଧିଆ ପୋଲ ନିର୍ମାଣ କାମ ଆରମ୍ଭ କରିବାକୁ ଚାହୁଁଥିବା ଅଭିଯୋଗ କରି ଉତ୍ୟକ୍ତ ହୋଇପଡିଥିଲେ ଲୋକେ । ଆଉ ପୁଲିସ ଉପରକୁ ଟେକା ପଥର ମାଡ କରିଥିଲେ । ଫଳରେ ପୁଲିସ ଟିଅର ଗ୍ୟାସ ପ୍ରୟୋଗ କରିଥିଲା । ପୁଲିସ କାର୍ଯ୍ୟାନୁଷ୍ଠାନରେ ୫ ଗ୍ରାମବାସୀ ଆହତ ହୋଇଥଲେ ।